Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା : ମୁମ୍ବାଇ ‘ଆରେ’ କଲୋନିରୁ କଟା ହେବନି ଗଛ

7/10/2019 at 2:04 PM

ମୁମ୍ବାଇ ୭/୧୦: ମୁମ୍ବାଇ ‘ଆରେ’ କଲୋନିରୁ ଆଉ ଗଛ ନ କାଟିବାକୁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗଛ କାଟିବା ବିରୋଧରେ ଆଇନ ଛାତ୍ର ଲେଖିଥିବା ଚିଠିକୁ ଜନସ୍ବାର୍ଥ ମାମଲା ଭାବରେ ବିଚାରକୁ ନେଇ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଅକ୍ଟୋବର ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି  ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ  କହିଛନ୍ତି । ମୁମ୍ବାଇ ମେଟ୍ରୋ ସେଡ୍  ନିର୍ମାଣ କରିବାକୁ ସେଠାରେ ଗଛ କଟା ଯାଉଥିଲା ।  ମେଟ୍ରୋ ସେଡ୍ ଲାଗି ୨୭ଶହ ଗଛ କାଟିବା ଯୋଜନା ଥିବା ବେଳେ ୧୨ଶହ ଗଛ କଟା ସରିଛି ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବାକି ଗଛ କଟା ସ୍ଥଗିତ ହୋଇ ଯାଇଛି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧ ତେଜିଥିଲା ।

ସ୍ଥାନୀୟ ଲୋକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ପରିବେଶ କର୍ମୀଙ୍କ ସମେତ ବହୁ ସେଲେବ୍ରିଟି ଏବଂ ନେତା ମଧ୍ୟ ଗଛ କଟା ବିରୋଧରେ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ । ପୋଲିସ ୨୯ଜଣ ଆନ୍ଦେଳନକାରୀଙ୍କୁ ଗିରଫ  କରିଥିଲା । ଗିରଫ ପ୍ରତିବାଦକାରୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି। ସୁପ୍ରିମ୍  କୋର୍ଟ କହିଛନ୍ତି, ‘ଆରେ’ କଲୋନୀ ଅଞ୍ଚଳଟି ଇକୋ-ସେନ୍ ସିଟିଭ୍  ଜୋନ୍  କି, ନୁହେଁ ତାହା ଅନୁଧ୍ୟାନ କରି ଦେଖାଯିବ।

   Related Posts