Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଓଡ଼ିଆ ଭାଷାରେ ରିଲିଜ୍ ହେବ ଫିଲ୍ମ ‘ଥ୍ରୀଲର’

13/08/2020 at 7:04 PM

ମୁମ୍ବାଇ୧୩/୮: ଅଗଷ୍ଟ ୧୪ ତାରିଖରେ ରିଲିଜ୍ ହେବ  ରାମ ଗୋପାଳ ବର୍ମା ନିର୍ଦ୍ଦେଶିତ ଫିଲ୍ମ ଥ୍ରୀଲର । ଏହି ଫିଲ୍ମରେ ଓଡିଆ ଝିଅ ଅପରସରା ରାଣୀ ଏବଂ ଓଡିଆ ପୁଅ ରକ କଚ୍ଚି ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଦୁଇଟି ଅନଲାଇନ୍ ପ୍ଳାଟଫର୍ମରେ ରିଲିଜ୍ ହେବ। ସେହି ଦୁଇଟି ପ୍ଳାଟଫର୍ମ ହେଲା  rgvworldtheatre.com ଏବଂ ShreyasET.com।

ଅଗଷ୍ଟ ୧୪ ତାରିଖ ଦିନ ୯ଟାରେ ଅନଲାଇନ୍ ପ୍ଳାଟଫର୍ମରେ ଥ୍ରୀଲର ଫିଲ୍ମ ରିଲିଜ ହେବ ବୋଲି ରାମ ଗୋପାଳ ବର୍ମା ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ଓଡିଆ ସମେତ ୯ଟି ଭାଷାରେ ଥ୍ରୀଲର ଫିଲ୍ମ ରିଲିଜ ହେବ। ସେହି ଭାଷାଗୁଡିକ ହେଉଛି, ହିନ୍ଦୀ, ତେଲୁଗୁ, ତାମିଲ, କାନାଡା, ମାଲାୟଲାମ, ଭୋଜପୁରୀ , ଓଡିଆ ଏବଂ ଗୁଜୁରାଟି। ବେଶ କିଛିଦିନ ହେବ ସୋସିଆଲ ମିଡିଆରେ ସେନ୍ସସନ ପାଲଟିଥିବା ଅପସରାଙ୍କ ଫିଲ୍ମ ରିଲିଜ ହେବ। କିଛି ପୂର୍ବରୁ ଏହି ଫିଲ୍ମର ଟ୍ରେଲ ରିଲିଜ ହୋଇଥିଲା।

ପୁଣି ରାମ ଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମ ଡେଞ୍ଜରସ୍‌ରେ ମଧ୍ୟ ନୈଇନା ଗାଙ୍ଗୁଲିଙ୍କ ସହ ହଟ୍‌ ଲୁକ୍‌ରେ ନଜର ଆସିବେ ଅପସରା ରାନୀ।

   Related Posts