Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଗଷ୍ଟ୧୪ରେ ରିଲିଜ୍‌ ହେବ ଅପସରା-ରକ୍‌ଙ୍କ ଫିଲ୍ମ ‘ଥ୍ରୀଲର୍‌’

11/08/2020 at 9:09 AM

ଭୁବନେଶ୍ୱର ୧୧।୦୮: ବଲିଉଡ୍‌ରେ ଏଣ୍ଟ୍ରି ନେଇ ଚର୍ଚ୍ଚାରେ ଥିବା ଓଡ଼ିଆ ଯୋଡ଼ି ଅପସରା-ରକ୍‌ଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ଶେଷରେ ଉଭୟଙ୍କ ଅଭିନୀତ ଫିଲ୍ମ ‘ଥ୍ରୀଲର୍‌’ ମୁକ୍ତିଲାଭ କରିବାକୁ ଯାଉଛି । ଆସନ୍ତା ଅଗଷ୍ଟ ୧୪ ତାରିଖ ରାତି ୯ଟାରେ ଫିଲ୍ମଟି ମୁକ୍ତିଲାଭ କରିବ । ଏନେଇ ଫିଲ୍ମର ନିର୍ମାତା ରାମଗୋପାଳ ବର୍ମା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

ଏ କମ୍ପାନି ପ୍ରଡକ୍ସନ ସାଉଥ୍‌ ପ୍ଲସ୍‌ ଏଣ୍ଟରଟେନ୍‌ମେଣ୍ଟ ନିବେଦିତ ଏନ୍‌ଏନ୍‌ଏନ୍‌ ସିରିଜ୍‌ ଏହି ଫିଲ୍ମଟି ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବ । ବଡ଼ କଥା ହେଲା ଫିଲ୍ମଟି ଖାଲି ହିନ୍ଦୀରେ ନୁହେଁ, ବରଂ ଓଡ଼ିଆ ସମେତ ମୋଟ ୧୧ଟି ଭାରତୀୟ ଭାଷାରେ ମୁକ୍ତିଲାଭ କରୁଛି । ଯେହେତୁ ଫିଲ୍ମର ଲିଡ୍‌ ଷ୍ଟାର୍‌ ଅପସରା ଏବଂ ରକ୍‌ ଉଭୟ ଓଡ଼ିଆ ତେଣୁ ପ୍ରଯୋଜନା ସଂସ୍ଥା ଏହାକୁ ନଜରରେ ରଖି ଓଡ଼ିଆ ଭାଷାରେ ରିଲିଜ୍‌ କରିବାକୁ ସ୍ଥିର କରିଛନ୍ତି । ଯେଉଁଥିପାଇଁ ନାୟକ-ନାୟିକା ଉତ୍ସାହିତ ହୋଇପଡ଼ିଛନ୍ତି ।

ଫିଲ୍ମଟି ଓଡ଼ିଆ ସମେତ ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ଼, ମାଲାୟାଲମ, ମରାଠୀ, ଭୋଜପୁରୀ, ଗୁଜୁରାଟୀ, ବେଙ୍ଗଲୀ ଏବଂ ପଞ୍ଜାବୀ ଭାଷାରେ ମୁକ୍ତିଲାଭ କରିବ । ଏହାର ଷ୍ଟ୍ରିମିଂ  rgvworldtheatre.com/ShreyasET.com ରେ ହେବ । ଯାହାର ପୋଷ୍ଟର୍‌ରେ ରହିବା ସହ ରାମୁ ଟ୍ୱିଟର୍‌ରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ମହାମାରୀ କରୋନା କଟକଣା ଲାଗି ସିନେମା ଥିଏଟର ବନ୍ଦ ରହିଛି । ତେଣୁ ଦର୍ଶକଙ୍କୁ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ସିନେମା ଦେଖାଇବାକୁ ସ୍ଥିର କରିଛନ୍ତି ରାମୁ । ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ସେ କିଛି ଆକର୍ଷଣୀୟ ଉପହାର ରଖିଛନ୍ତି ।

ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରି ନିଜ ସହିତ ଏବଂ ନାୟିକା ଅପସରା ରାଣୀଙ୍କ ସହିତ କଥା ହେବାର ସୁଯୋଗ ନିଅନ୍ତୁ। ଖୁବ୍‌ କମ୍‌ ଲୋକଙ୍କ ପାଇଁ ଏହି ସୁଯୋଗ ରହିଛି । ଶ୍ରେଷ୍ଠ ୨୦ ଟିକେଟ୍‌ ବିଜେତାଙ୍କ ଏହି ସୁଯୋଗ ମିଳିବ । ଫ୍ୟାନ୍‌ଙ୍କୁ ଏହି ଉପହାର ବହୁତ ପସନ୍ଦ ଆସିଥିବା ଅନେକ ଉତ୍ସାହିତ ହୋଇ ଟିକେଟ୍‌ ବୁକିଂରେ ଲାଗିଛନ୍ତି । ଥରେ ଦେଖିବା ଲାଗି ଟିକେଟ୍‌ ମୂଲ୍ୟ ୨୦୦ ଟଙ୍କା ରହିଛି । ବାହାରେ ଏଥିପାଇଁ ଆମେରିକୀୟ ଡଲାର ୯.୯୯ ଦେବାକୁ ପଡ଼ିବ । ପାଖାପାଖି ୭୫୦ ଟଙ୍କା । ଗତ ଜୁଲାଇ ୨୫ରେ ପ୍ରଥମ ପୋଷ୍ଟର୍‌ ଏବଂ ୩୦ରେ ଟ୍ରେଲର୍‌ ରିଲିଜ୍‌ ହୋଇଥିଲା । ୧୦ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଛନ୍ତି ।

   Related Posts