Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କୁଣ୍ଡଳୀରେ ରହିଛି କି ଶନିଙ୍କର ଏହି ୩ ଶୁଭ ଯୋଗ ? ତେବେ ଆପଣଙ୍କ ବି ହୋଇପାରନ୍ତି ଧନୀ

8/05/2021 at 11:04 AM

ଭୁବନେଶ୍ବର ୮।୫: ଶନିକୁ ନବଗ୍ରହରେ ସେବକ ବୋଲି କୁହାଯାଇଥାଏ । ଶନିଙ୍କୁ ନ୍ୟାୟର ଅଧିପତି ମଧ୍ୟ କୁହାଯାଇଥାଏ । ଏହି ଗ୍ରହ ଅନୁଶାସନ ଏବଂ କଠୋରତାର ଗ୍ରହ ବୋଲି ମଧ୍ୟ କୁହାଯାଇଥାଏ । ଏହା ଆଇନ, ଚାକିରୀ, ବୈଷୟିକ ଏବଂ ସଂଘର୍ଷ ସହ ସଂପର୍କ ରଖିଥାଏ । ଏହାର ଶୁଭ ଯୋଗ ଜୀବନକୁ ପ୍ରଗତି ପଥରେ ନେଇ ଯାଇଥାଏ । ଯଦିଓ ଏହାର ଶୁଭ ଯୋଗର ପ୍ରଭାବ ବିଳମ୍ବରେ ହୋଇଥାଏ । ଶନି ତ୍ରୟୋଦଶୀ ଅବସରରେ ଶନିଙ୍କ ଏଭଳି ତିନୋଟି ଯୋଗ ବିଷୟରେ ଜାଣିବା ଯାହା ଗରିବକୁ ଧନୀ କରିପାରେ ।

ଶଶ ଯୋଗ :

ଏହା ଶନିଙ୍କ ପଞ୍ଚମହାପୁରୁଷ ଯୋଗ । ଶନି ଯଦି କୁଣ୍ଡଳୀରେ ମକର, କୁମ୍ଭ ଅଥବା ତୁଳା ରାଶିରେ ଥାଏ ତେବେ ଏହି ଯୋଗ ସୃଷ୍ଟି ହୋଇଥାଏ । ଏଥିପାଇଁ ଶନି ଲଗ୍ନରେ କେନ୍ଦ୍ରରେ ରହିବା ଆବଶ୍ୟକ । ଫଳରେ ବ୍ୟକ୍ତିକୁ ଅଜସ୍ର ଧନ ସମ୍ପତ୍ତି ଓ ଐଶ୍ବର୍ଯ୍ୟ ପ୍ରାପ୍ତି ହୋଇଥାଏ । ବ୍ୟକ୍ତିର ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ । ବ୍ୟକ୍ତି ଗରୀବରୁ ଧନୀ ହୋଇଥାଏ । ଏହି ଯୋଗ ସଂଘର୍ଷ ପରେ କୌଣସି ବ୍ୟକ୍ତିଙ୍କୁ ଧନୀ କରିଥାଏ । ଯଦି କୁଣ୍ଡଳୀରେ ଏହି ଯୋଗ ଅଛି ତେବେ ନିଜଠାରୁ କନିଷ୍ଠଙ୍କୁ ସବୁବେଳେ ସମ୍ମାନ କରୁନ୍ତୁ ।

ସପ୍ତମସ୍ତ ଶନି :

ଶନି ସପ୍ତମ ଭାବରେ ଦିଗବଲି ହୋଇଯାଏ । ଏଠାରେ ରହିଥିବା ଶନି ସାଧାରଣତଃ ବ୍ୟକ୍ତିଙ୍କୁ ଧନୀ କରିଥାଏ । ଯଦିଓ ଏହି ଶନି ବ୍ୟକ୍ତିର ବିବାହରେ ବିଳମ୍ବ କରିଥାଏ । ଏହି ଶନି ଯୋଗୁଁ ଜଣେ ବ୍ୟକ୍ତି କର୍ମଠ ଏବଂ କଠିନ ପରିଶ୍ରମ କରି ଆଗକୁ ଯାଇଥାଏ । ଏହି ଯୋଗ ଥିବା ବ୍ୟକ୍ତିଙ୍କ ଭାଗ୍ୟ ବିବାହ ପରେ ବଦଳିଥାଏ । ଏହି ଶନି ଯୋଗ ହେତୁ ନିୟମିତ ଭାବରେ ଶନି ଦେବଙ୍କୁ ପୂଜା କରିବା ଉଚିତ୍ ।

ଶନି ଶୁକ୍ର ଯୋଗ :

ଶନି ସ୍ଥିରତା ଏବଂ ଶୁକ୍ର ବୈଭବର ସ୍ବାମୀ । ଉଭୟର ସଂଯୋଗ ଏକ ଶୁଭ ଯୋଗ ସୃଷ୍ଟି କରିଥାଏ । ଏହି ଯୋଗ ସେତେବେଳେ ପ୍ରଭାବଶାଳୀ ହୋଇଥାଏ ଯେତେବେଳେ ଶୁକ୍ର ଏବଂ ଶନି ଏକାଠି ହୁଅନ୍ତି । ଶୁକ୍ରଙ୍କ ଉପରେ ଶନିଙ୍କ ଦୃଷ୍ଟିରେ ଏହି ଯୋଗ ସୃଷ୍ଟି ହୋଇନଥାଏ । ଯଦି ଏହି ଯୋଗ ତୁଳା ଲଗ୍ନ କିମ୍ବା ବୃଷ ଲଗ୍ନରେ ହୋଇଥାଏ ତେବେ ଏହା ସର୍ବୋତ୍ତମ ହୋଇଥାଏ । ବ୍ୟକ୍ତିଙ୍କୁ ରାଜ୍ୟ ସୁଖ ଏବଂ ବୈଭବ ପ୍ରାପ୍ତି ହୋଇଥାଏ । ଯଦି କୁଣ୍ଡଳୀରେ ଏହି ଯୋଗ ଅଛି ତେବେ ନିୟମିତ ଭାବେ ମୁଦ୍ରା ଦାନ କରନ୍ତୁ ।

   Related Posts