ଚା’ରେ ନିଶା ଦେଇ ୩ଯୁବ ଯାତ୍ରୀଙ୍କୁ ଲୁଟିବା ପରେ ପାହାଡ ତଳେ ଫିଙ୍ଗିଦେଲା ଅଟୋ ଡ୍ରାଇଭର

Published By : Prameya-News7 Bureau | November 11, 2019 IST

ଭଞ୍ଜନଗର୧୧|୧୧: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ବଜ୍ରଗଡ ପାହାଡ଼ ତଳୁ ଗୁରୁତର  ତିନିଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ଗୁରୁତରମାନେ ହେଲେ ଜଗନ୍ନାଥ ପ୍ରସାଦ ବ୍ଲକ ଗଣ୍ଡାଧର ଗାଁର ଚିକୁ ଗୌଡ଼,ଚନ୍ଦନ ନାୟକ ଏବଂ କୁଶାପଲ୍ଲୀର ବୁଲୁ ନାୟକ।ସୂଚନା ମୁତାବକ ତିନିଜଣ ଯୁବକ ଭୁନେଶ୍ବରରୁ ନିଜ ଗାଁ ଗଣ୍ଡାଧରକୁ ଚକାଡୋଳା ବସରେ ବସି ଆସୁଥିଲେ।ନିଦ ଲାଗି ଯାଇଥିବାରୁ ଗଣ୍ଡାଧରରେ ଓହ୍ଲେଇ ନପାରି ଭଞ୍ଜନଗରରେ ଭୋର ୪ଟାରେ ପହଞ୍ଚିଥିଲେ।

{"id":182567}

ସେଠାରୁ ଏକ ଅଟୋରେ ନିଜ ଗାଁକୁ ଯାଉଥିବା ବେଳେ ବେଳେଗୁଣ୍ଠା ଗାଁର ଏକ ଚାହା ଦୋକାନରେ ଅଟୋ ଡ୍ରାଇଭର ଚାହା ପିଇବା ପାଇଁ ଗାଡି ରଖିଥିଲା।ତିନି ଯୁବକଙ୍କ ପାଇଁ ମଧ୍ୟ ସେ ଚାହା ଆଣି ଦେଇଥିଲା। ତେବେ ଏହା ପରେ ପରେ ସେମାନେ ଅଚେତ ହୋଇ ପଡ଼ିଥିଲେ।ଅଟୋ ଡ୍ରାଇଭର ସେମାନଙ୍କଠୁ ଟଙ୍କା, ମୋବାଇଲ, ଲୁଟି ନେଇ ବଜ୍ରଗଡ ପାହାଡ ନିକଟରେ ଫୋପାଡ଼ି ଚାଲି ଯାଇଥିଲା।

{"id":182568}

ଗାଈ ଚରାଳି ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପୋଲିସ ଖବରପାଇ ପହଂଚିବା ପରେ ଗୁରୁତର ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତି କରି ଚିକିତ୍ସା କରାଇବାପରେ ଜଣଙ୍କ ଚେତା ଆସିଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

{"id":182569}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.