ଚୋରି ସନ୍ଦେହରେ ୩ ଜଣଙ୍କୁ ପିଟି ପିଟି ମାରିଦେଲେ ଗାଁ ଲୋକେ

Published By : Prameya-News7 Bureau | July 19, 2019 IST

ଛାପ୍ରା ୧୯|୭:  ବିହାର ଛପରା ଜିଲ୍ଲା ବନିୟାପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଚୋରି ସନ୍ଦେହରେ ନନ୍ଦଲାଲ ଟୋଲାରେ ୩ ଜଣଙ୍କୁ ପିଟି ପିଟି ମାରିଦେଲେ ଗାଁ ଲୋକେ । ପଶୁ ଚୋରି ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଗୁରୁବାର ବିଳମ୍ବିତ ରାତିରେ ବନିୟାପୁର ଥାନା ଅନ୍ତର୍ଗତ ନନ୍ଦଲାଲ ଟୋଲା ଗାଁରେ ୪ ଜଣ ଚୋର ଏକ ପିକଅପ୍ ଭ୍ୟାନ୍ ନେଇ ଗାଁରେ ପଶିଥିଲେ । ଗାଁରେ ଥିବା ଜଣଙ୍କ ଗୁହାଳ ଘରେ ପଶି ଗୃହ ପାଳିତ ପଶୁଙ୍କୁ ଖୋଲି ନେବାକୁ ଚେଷ୍ଟା କରିବା ସମୟରେ ଘର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା । ଘରଲୋକ ୪ ଜଣ ଚୋରକୁ କାବୁ କରିବା ସହ ନିସ୍ତୁକ ପିଟିଥିଲେ ।

ଏହାସହ ସେମାନଙ୍କ ପଡୋଶୀ ଓ ଅନ୍ୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଚୋରମାନଙ୍କୁ ନିର୍ଧୁମ ଛେଚିଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବନିୟାପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.