ରାଉରକେଲା ବସଷ୍ଟାଣ୍ଡରୁ ୩ ଯୁବତୀଙ୍କ ସହ ୬ ନାବାଳିକା ଉଦ୍ଧାର, ଦଲାଲ ଅଟକ

Published By : Prameya-News7 Bureau | October 21, 2021 IST

ରାଉରକେଲା ୨୧।୧୦: ରାଉରକେଲାରୁ ୩ ଯୁବତୀଙ୍କ ସହ ୬ ନାବାଳିକା ଉଦ୍ଧାର । ବୁଧବାର ରାତି ପ୍ରାୟ ୮ଟା ୩୦ମିନିଟ୍ ରେ ରାଉରକେଲା ବସଷ୍ଟାଣ୍ଡରୁ ଉଦ୍ଧାର କରିଛି ପୋଲିସ । ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ବସଷ୍ଟାଣ୍ଡରୁ ଏମାନଙ୍କୁ ଉଦ୍ଧାର କରିଛି । ଏମାନଙ୍କୁ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡାର ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିକକୁ ନିଆଯାଉଥିଲା ।

ଉଦ୍ଧାର ୩ ଯୁବତୀଙ୍କ ସହ ୬ ନାବାଳିକା ବଣେଇ ଏବଂ କୋଇଡା ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କୁ ନେଉଥିବା ଦୁଇ ଦଲାଲଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଉଦ୍ଧାର ଯୁବତୀଙ୍କ ସହ ନାବାଳିକାଙ୍କୁ ପୋଲିସ ହେପାଜତରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.