କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
26/01/2021 at 2:07 PM

ସମ୍ବଲପୁର ୨୬।୧: ସମ୍ବଲପୁର ବୁର୍ଲାରେ ଜଣେ କିନ୍ନରଙ୍କଠାରୁ ୩ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ ସଂସ୍ଥା । ଉଦ୍ଧାର ହୋଇଥିବା ଶିଶୁ କନ୍ୟାଟି ପୁରୀ ଅଞ୍ଚଳର ହୋଇଥିବା ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ମିଳିଛି । ତେବେ ଉକ୍ତ କିନ୍ନର ଶିଶୁକନ୍ୟାଙ୍କୁ କେମିତି ଓ କାହିଁକି ଆଣିଥିଲେ ତାହା ଜଣା ପଡ଼ିନାହିଁ । ଏ ନେଇ ଚାଇଲ୍ଡ ଲାଇନ ପକ୍ଷରୁ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଅନ୍ୟପଟେ ଶିଶୁକନ୍ୟାକୁ ବର୍ତ୍ତମାନ ବୁର୍ଲା ପୋଲିସ ଚାଇଲ୍ଡ ଲାଇନ୍ ହାତକୁ ହସ୍ତାନ୍ତର କରିଛି । ଚାଇଲ୍ଡ ଲାଇନର କର୍ମଚାରୀମାନେ ଶିଶୁକନ୍ୟାକୁ ନେଇ ସମ୍ବଲପୁର ସିଡବ୍ଲ୍ୟୁସିରେ ହଜାର କରିବେ ବୋଲି ଜଣାପଡିଛି । ତେବେ ଶିଶୁକନ୍ୟାକୁ କିନ୍ନର ଜଣଙ୍କ ଚୋରି କରି ଆଣିଥିବା ଚର୍ଚ୍ଚା ହେଉଛି ।
Related Posts
ଦାଦନ ଖଟିବାକୁ ଯାଇଥିଲେ ୨ ଶ୍ରମିକ, ଘରକୁ ଫେରିଲା ମୃତଦେହ…
28 February 2021
ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
28 February 2021