ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ

Published By : Prameya-News7 Bureau | January 28, 2021 IST

ସୋର ୨୮।୧: ଗାଁ ଦାଣ୍ଡରେ ଖେଳୁଥିବା ବେଳେ ୩ ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍ । ଘଟଣାସ୍ଥଳରେ ଶିଶୁର ମୃତ୍ୟୁ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଫେରାର ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସଦର ଥାନା ସାହାଜାନଗର ଅଞ୍ଚଳର ଭୁଟୁ ସିଂ ସୋର ଥାନା ମହୁମୁହାଣ ପଞ୍ଚାୟତ ଆମ୍ବମୁଳିଆ ଅଞ୍ଚଳରେ ରହୁଥିଲେ । ସେ ପଥର ଖାଦାନରେ କାମ କରନ୍ତି । ବୁଧବାର ଅପରାହ୍ନ ସମୟରେ ଗାଁ ଦାଣ୍ଡରେ ତାଙ୍କର ୩ ବର୍ଷର ପୁଅ ଖେଳୁଥିବା ବେଳେ ଖାଦାନରୁ ଫେରୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଶିଶୁଟି ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଛି ।

ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଟ୍ରକଟିକୁ ଜବତ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.