ସାବଧାନ ! ଏଣିକି ଏହି ରାଜ୍ୟରେ ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ପଡିପାରେ ମହଙ୍ଗା, ହୋଇପାରେ ୩ ବର୍ଷ ଜେଲ୍…

Published By : Prameya-News7 Bureau | November 23, 2020 IST

ଥିରୁଅନନ୍ତପୁରମ୍ ୨୩।୧୧: ଏବେ ସୋସିଆଲ ମିଡିଆରେ କୌଣସି ଅପମାନଜନକ ପୋଷ୍ଟ ଲେଖିବା ପଡିବ ମହଙ୍ଗା । ସୋସିଆଲ ମିଡିଆରେ କୌଣସି ବି ଅପମାନଜନକ ପୋଷ୍ଟ କଲେ ୩ ବର୍ଷର ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ । ରାଜ୍ୟ ପୋଲିସ ଅଧିନିୟମରେ ସଂଶୋଧନ ପାଇଁ କେରଳ ସରକାର ସୂଚନା ଦେଇଛନ୍ତି । ମାତ୍ର ୨୦୧୫ରେ ସୁପ୍ରିମକୋର୍ଟ ଏହିଭଳି ଆଇନକୁ ଖାରଜ କରିଦେଇଥିଲେ ।

କେରଳ ପୋଲିସ ଅଧିନିୟମରେ ଏହି ସଂଶୋଧନ ଏକ ନୂତନ ବ୍ୟବସ୍ଥାକୁ ସାମିଲ କରୁଛି । ଯାହା ହେଉଛି ଧାରା ୧୧୮ ଏ । ଏହି ଆଧାରରେ କୌଣସି ମାଧ୍ୟମରେ କାହାରିକୁ ଧମକାଇବା, ଅପମାନିତ କରିବା ଅଥବା ବଦନାମ କରିବା ପାଇଁ କିଛି ବି ପୋଷ୍ଟ କରିବା ଦ୍ବାରା ତିନି ବର୍ଷର ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ । ଏହାସହ ୧୦,୦୦୦ ଟଙ୍କାର ଜରିମନା ଦେବାକୁ ମଧ୍ୟ ପଡିପାରେ ।

ଏହା କୁହାଯାଇଛି ଯେ, ଏହି ସଂଶୋଧନ ମହିଳାମାନଙ୍କ ଅନଲାଇନ୍ ରେ ଶୋଷଣକୁ ରୋକିବ । ମାତ୍ର ଏହି ଅଧ୍ୟାଦେଶ ଅସ୍ପଷ୍ଟ ଏବଂ ବ୍ୟାପକ ପରିଭାଷା କାରଣରୁ ସରକାରଙ୍କ ଆଲୋଚକଙ୍କୁ ଟାର୍ଗେଟ୍ କରିବା ପାଇଁ ପୋଲିସକୁ ସଶକ୍ତ କରିପାରେ । ଧାରା ୧୧୮ ଏ ବିଶେଷ ଭାବରେ ମହିଳା ଏବଂ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧ ପାଇଁ କୌଣସି ସନ୍ଦର୍ଭ କରେନାହିଁ ।

ରାଜ୍ୟ ସରକାର କହିଛନ୍ତି ଯେ, ଏହି ଅଧ୍ୟାଦେଶ କେରଳ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶର ଜବାବରେ ରହିଛି । ଯେଉଁଥିରେ ସୋସିଆଲ ମିଡିଆ ଯୁଦ୍ଧ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆହ୍ବାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.