ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୩ ମହିଳା ଶ୍ରମିକ ଗୁରୁତର

Published By : Prameya-News7 Bureau | August 03, 2019 IST

ବଡବିଲ ୩|୮: ୧୪ ଜଣ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟିବା ଫଳରେ ୩ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

{"id":140366}

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଚମ୍ପୁଆ ବ୍ଲକ୍ ବଡ଼ନଇ ଗ୍ରାମର ୧୫ ଜଣ ମହିଳା ଶ୍ରମିକ, ଓଡି ୦୯ ଏମ୍ ୩୨୧୦ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ଅଟୋରେ ବିଲକାମ କରିବାକୁ ମାଙ୍କଡ଼ିଆ ସାହି ଗାଁକୁ ଯାଉଥିଲେ । ତେବେ ରିମୁଳି ବାଇପାସ୍ ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବାର ଦେଖି ଅଟୋ ଚାଳକ ହଡ଼ବଡ଼େଇ ଯାଇଥିଲେ ଏବଂ ଦ୍ରୁତ ଗତିରେ ଅଟୋ ଚଳାଇବାରୁ ଦୁର୍ଘଟଣା ଘଟିଥିଲା ବୋଲି ଆହତମାନେ କହିଛନ୍ତି ।

{"id":140368}

ଦୁର୍ଘଟଣା ଯୋଗୁଁ ୩ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ, ଅଟୋ ଚାଳକ ସମେତ ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ଅଟୋ ଚାଳକ ଜଣକ ନାବାଳକ ଏବଂ ସେ ଭୟରେ ଡାକ୍ତରଖାନାରୁ ଫେରାର ହୋଇଯାଇଥିବା କୁହାଯାଉଛି । ଚମ୍ପୁଆ ପୋଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.