ମର୍ମନ୍ତୁଦ ଦୁର୍ଘଟଣା : କଲଭର୍ଟରେ ପିଟିହୋଇ ଦୁଇ ଖଣ୍ଡ ହୋଇଗଲା କାର୍, ୩ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ

Published By : Prameya-News7 Bureau | June 12, 2021 IST

ଛିନ୍ଦଓ୍ବାଡା ୧୨।୬: ମଧ୍ୟପ୍ରଦେଶ ଛିନ୍ଦଓ୍ବାଡାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଗାଡି ଚଳାଇବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଜଣେ ବାଇକ୍ ଆରୋହୀଙ୍କୁ ବଞ୍ଚାଇବା ପାଇଁ ଦ୍ରୁତ ଗତିରେ ଆସୁଥିବା କାରଟି କଲଭର୍ଟରେ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ କାରଟି ଭାଙ୍ଗି ଦୁଇ ଖଣ୍ଡ ହୋଇଯାଇଥିଲା ଏବଂ କାରର ପଛ ସିଟରେ ବସିଥିବା ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କୁହାଯାଉଛି ଯେ, ପୋଲିସ ଆହତମାନଙ୍କୁ ନାଗପୁର ମେଡିକାଲ କଲେଜକୁ ପଠାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଶୁକ୍ରବାର ସନ୍ଧ୍ୟା ୫ଟା ୩୦ମିନିଟ୍ ରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇ କହିଚି ଯେ, କାରରେ ଥିବା ଯାତ୍ରୀମାନେ ରାମକୋନାରେ ଏକ ବିବାହ ଉତ୍ସବରେ ଯୋଗଦେଇ ସଉନସରକୁ ଫେରୁଥିଲେ । ଏହି ସମୟରେ ସଉନସର ନିକଟ ନାଗପୁର ରାସ୍ତାରେ ଅବସ୍ଥିତ ଡ୍ରିମ୍ ହୋଟେଲ ସମ୍ମୁଖରେ କାରଟି କଲଭର୍ଟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ସଉନସର ବାସିନ୍ଦା ଅନୁପ ଜୟସଓ୍ବାଲଙ୍କ ପତ୍ନୀ ରୋଶନି, ଆନନ୍ଦ ଜୟସୱାଲଙ୍କ ପତ୍ନୀ ମାଧୁରୀ, କଲମେଶ୍ବର ବାସିନ୍ଦା ସଚିନ ଜୟସଓ୍ବାଲଙ୍କ ପତ୍ନୀ ପ୍ରିୟଙ୍କର ମୃତ୍ୟୁ ଘଟିଥିବା ବେଳେ କାର ଚଳାଉଥିବା ସଚିନ ଜୟସୱାଲ ଏବଂ ତାଙ୍କ ପାଖରେ ବସିଥିବା ନୀଲମ ଜୟସୱାଲ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ନାଗପୁରକୁ ପଠାଯାଇଛି ।

କୁହାଯାଉଛି ଯେ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି କଲଭର୍ଟକୁ ଧକ୍କା ଦେବା ପରେ ଦୁଇ ଖଣ୍ଡରେ ହୋଇଯାଇଥିଲା । ପ୍ରକୃତରେ କାର୍ ଆରୋହୀମାନେ ଶୀଘ୍ର ସଉନସରରେ ପହଞ୍ଚିବାକୁ ଚାହୁଁଥିଲେ କାରଣ ସେମାନେ ଯୋଗଦେବାକୁ ରାମକୋନାରେ ପହଞ୍ଚିଥିବା ବିବାହ ଉତ୍ସବ ସନ୍ଧ୍ୟାରେ ଅନୁଷ୍ଠିତ ହେବାରେ ଥିଲା । ତରବରିଆ ଭାବେ କାର୍ ଚାଳକ କାରକୁ ଦ୍ରୁତ ଗତିରେ ଚଳାଉଥିଲେ, କିନ୍ତୁ ବାଇକ୍ ଆରୋହୀ ଜଣଙ୍କ ଡ୍ରିମ ହୋଟେଲ ସମ୍ମୁଖରେ ହଠାତ୍ ପଶିଆସିବାରୁ କାରଟି ଭାରସାମ୍ୟ ହରାଇଥିଲା ଏବଂ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.