ଇଞ୍ଜିନିୟରିଂ ଛାତ୍ରଙ୍କ ବ୍ରାଉନସୁଗାର କାରବାର : ୩ ଜଣଙ୍କଠାରୁ ୧.୫ କୋଟି ଟଙ୍କାର ଧଳା ଜହର ଜବତ

Published By : Prameya-News7 Bureau | March 12, 2020 IST

ଭୁବନେଶ୍ବର ୧୨।୩: ଜଟଣୀ ଅଞ୍ଚଳରୁ ୧.୭୪୯ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍‌ ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଦେଢ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ବ୍ରାଉନସୁଗାର ଜବତ ନେଇ ପୋଲିସ ଡିଜି ଅଭୟଙ୍କ ସୂଚନା ଦେଇଛନ୍ତି ।

ପୋଲିସ ଜଟଣୀ, ଏୟାରଫିଲ୍ଡ ଓ ପିପିଲି ଥାନା ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ସୋରଡାର ମାନସ ପରିଚ୍ଛା, ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ସନ୍ତୋଷ ଦାସ ଏବଂ ପୁରୀ ଜିଲ୍ଲା କଣାସ ଅଞ୍ଚଳର ମହେଶ୍ବର ସାହୁ ।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ମାନସ ପରିଚ୍ଛା ଓ ସନ୍ତୋଷ ଦାସ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ସ୍କର୍ପିଓ, ଗୋଟିଏ ବାଇକ୍‌ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏମାନେ ସମସ୍ତେ ରାଜ୍ୟ ବାହାରୁ ବ୍ରାଉନସୁଗାର ଆଣି ଖୋର୍ଦ୍ଧା, ପୁରୀ, ଜଟଣୀ ଅଞ୍ଚଳରେ ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଉଥିବା ନେଇ ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.