ଭାଲୁ ଆକ୍ରମଣରେ ତିନି ଗୁରୁତର...

Published By : Prameya-News7 Bureau | April 09, 2020 IST

ବଲାଙ୍ଗୀର୯/୪: ଭାଲୁ ଆକ୍ରମଣରେ ତିନି ଗୁରୁତର। ଗାଁ ଭିତରେ ପଶି ଭାଲୁ ଲୋକଙ୍କୁ ଆକ୍ରମଣ କରିଛି। ବଲାଙ୍ଗୀର ସଇଁନ୍ତଳା ଥାନା ଅନ୍ତର୍ଗତ ଜୁଗାମାଲ ଓ ଭେଡେନ ଗାଁରେ ଏଭଳି ଅଘଟଣ ଘଟିଛି। ଭେଡେନ ଗାଁ ଭିତରକୁ ପସି ଲୋକଙ୍କୁ ଆକ୍ରମଣ କରିଥିବା ସହ ପାଖରେ ଥିବା ଜୁଗାମାଲ ଗାଁରେ ଶୌଚହେବା ପାଇଁ ଯାଇଥିବା କିଛି ମହିଳାଙ୍କୁ କରିଛି ଆକ୍ରମଣ।

 ସେଥିମଧ୍ୟରୁ ଦୁଇ ଜଣ ମହିଳା ଜଣେ ପୁରୂଷ। ତେବେ ଦୁଇ ମହିଳା ହେଲେ ଭେଡେନ ଗାଁର ସସ୍ମିତା ଭୋଇ ଓ କିଶୋର ମୁମ୍ଭାର, ଓ ଜୁଗାମାଲ ଗାଁର କବିତା ଭୋଇ। କବିତା ଓ କିଶୋରଙ୍କୁ ହାତ ଓ ପିଠିରେ ଆକ୍ରମଣ କରିଥିବା ବେଳେ ସସ୍ମିତାଙ୍କୁ ମୁହଁରେ ଆକ୍ରମଣ କରିଛି ଭାଲୁ। ତେବେ ସସ୍ମିତାଙ୍କୁ ସ୍ଥିତି ସଙ୍ଗୀନ ଥିବାରୁ ତାଙ୍କୁ ବୁର୍ଲ୍ଲା ବଡ ମେଡିକାଲକୁ ପଠାଯାଇଛି। ଅନ୍ୟ ପଟେ ଦୁଇ ଜଣଙ୍କ ଚିକତ୍ସା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜାରି ରହିଛି।

ତେବେ ଆଜି ସକାଳୁ ୬ ଟା ସମୟରେ ଜୁଗାମାଲ ଗାଁର କିଛି ମହିଳା ଶୌଚହେବାକୁ ଯାଇଥିବା ବେଳେ ପଛପଟୁ ଆସି ପ୍ରଥମେ ଆକ୍ରମଣ କରିଥିଲା ଭାଲୁ। ପାଖରେ ଥିବା ମହିଳା ମାନେ ସେଠାରୁ ଦୌଡିପଳାଇବା ସହ ଗାଁ ଲୋକଙ୍କୁ ଡାକିଥିଲେ। ଗାଁ ଲୋକ ଆସିବା ପରେ ସେଠାରୁ ଚାଲିଯାଇଥିଲା ଭାଲୁ। ପରେ ଭେଡେନ ଗାଁ ଭିତରକୁ ପସିବା ସହ ଲୋକଙ୍କୁ ଆକ୍ରମଣ କରିଥିଲା। କିଛି ଲୋକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ କିଶୋରଙ୍କୁ ପାଖରେ ଥିବା ଏକ ଖେତଉପରେ ପଛପଟୁ ଆକ୍ରମଣ କରିଛି ଭାଲୁ। ତେବେ ବଡମାଲ ଗୋଲାବାରୁଦ କାରଖାନା ଠାରେ ଥିବା ଜଙ୍ଗଳ ଭିତରରୁ ଭାଲୁ ଆସି ଏଭଳି ଲୋକଙ୍କୁ ଆକ୍ରମଣ କରିଥିବା କହିଛନ୍ତି ଗ୍ରାମବାସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.