ଯାଜପୁର ଏରବାଙ୍କ ପଞ୍ଚାୟତର ୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

Published By : Prameya-News7 Bureau | May 05, 2020 IST

ଯାଜପୁର ୫।୫: ସୋମବାର ଯାଜପୁରରେ ୪ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତ ବରୀ ନିର୍ବାଚନମଣ୍ଡଳୀ ଯାଜପୁର  ବ୍ଲକ୍ ଏରବାଙ୍କ ପଞ୍ଚାୟତର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ଏରବାଙ୍କ ପଞ୍ଚାୟତର ଏରବା ଗାଁରୁ ଜଣେ, ଇନ୍ଦାରେୟୀ ଗାଁରୁ ଜଣେ, ସିବାଛକ ଅଞ୍ଚଳର ୨ ଜଣ ରହିଛନ୍ତି । ଏମାନେ ସମସ୍ତେ ପୁରୁଷ ।

ଆକ୍ରାନ୍ତ ଚିହ୍ନଟ ପରେ ଏରବାଙ୍କ ପଞ୍ଚାୟତର ୩ଟି ଗାଁକୁ ୧୫ଦିନ ପାଇଁ ଅର୍ଥାତ୍ ୪ ତାରିଖ ରାତି ୮ଟାରୁ ୧୮ ତାରିଖ ରାତି ୮ଟା ଯାଏଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହାସହ ଯାଜପୁର, ଦଶରଥପୁର ଏବଂ କୋରେଇ ବ୍ଲକରେ କଣ୍ଟେନମେଣ୍ଟ ଥିବା କଟକଣା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.