କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ, ୩ଟି ଗାଁକୁ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଦୁଇ ସରପଞ୍ଚ

Published By : Prameya-News7 Bureau | June 10, 2020 IST

ବାଲିପାଟଣା ୧୦।୦୬: ରାଜଧାନୀ ଉପକଣ୍ଠରେ ଜଣେ ମହିଳା କରୋନା ସଂକ୍ରମିତ ଚିହ୍ନଟ ହେବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ। ନୂଆପଡା ତେଲିଚୌକା ଗ୍ରାମରୁ ଜଣେ ୪୦ ବର୍ଷିୟ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ କିପରି ସଂକ୍ରମିତ ହେଲେ ତାହା ଜଣାପଡିନାହିଁ । କରୋନା ସଂକ୍ରମଣ ଆଶଙ୍କାରେ ବାଲିପାଟଣା ବ୍ଲକ ପମ୍ପାଲୋ ଗାଁର ପଞ୍ଚାୟତର ନୂଆପଡା ରାଜସ୍ୱ ଗାଁର ତେଲିଚୌକା ଏବଂ ବରଡିହସାହିକୁ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ପମ୍ପାଲୋ ସରପଞ୍ଚ ବିଜୟଲକ୍ଷ୍ମୀ ପାଇକରାୟ ।

{"id":284152,"sizeSlug":"large"}

ସଂକ୍ରମଣ ଆଶଙ୍କା କରି ଏହି ଗ୍ରାମକୁ ସଂଲଗ୍ନ ବାଲିଅନ୍ତା ବ୍ଲକ ବୋଧଖଣ୍ଡି ଗ୍ରାମକୁ ପୁରଣ ପଧାନ ଗ୍ରାମ
ପଞ୍ଚାୟତ ସରପଞ୍ଚ ଝିଲି ସ୍ୱାଇଁ ମଧ୍ୟ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ଗ୍ରାମକୁ ସାନିଟାଇଜ୍ କରାଯାଇଛି । ୧୪ ଦିନ ପର୍ଯ୍ୟନ୍ତ ଏହି ତିନି ଗ୍ରାମକୁ ବାହାରୁ କେହି ଯାଇପାରିବେ ନାହିଁ କିମ୍ବା ଏହି ଗ୍ରାମରୁ କେହି ବି ବାହାରକୁ ଆସିପାରିବେ ନାହିଁ । ଆବଶ୍ୟକୀୟ ରାସନ୍ ସାମଗ୍ରୀ, ପରିବାପତ୍ର ଯୋଗାଇବା ପାଇଁ ସରପଞ୍ଚ ବ୍ୟବସ୍ଥା କରିଛନ୍ତି । ତିନି ଗ୍ରାମକୁ ବାରିକେଡ କରାଯାଇ ସିଲ କରାଯାଇଛି ।

{"id":284153,"sizeSlug":"large"}

ବାଲିପାଟଣା ଅତିରିକ୍ତ ତହସିଲଦାର ସ୍ନେହଁଲତା ଆଚାର୍ଯ୍ୟ ଏହି ଗ୍ରାମ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ସଂକ୍ରମିତ ମହିଳାଙ୍କ ପାଇଁ ସମସ୍ତଙ୍କର ଚିନ୍ତା ବଢିଯାଇଛି । ଜ୍ୱର ସହ ଥଣ୍ଡା, କାଶ ହେବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ପରେ ସେ କରୋନା ରେ ସଂକ୍ରମିତ ହୋଇଥିବା ରିପୋଟରୁ ଜଣାପଡିଲା । ସେ ପାଖାପାଖି ୫ଟି ମେଡିକାଲକୁ ଯାଇଛନ୍ତି । ଗ୍ରାମର ବିଭିନ୍ନ ଲୋକଙ୍କ ସହ ମିଳାମିଶା ମଧ୍ୟ କରିଛନ୍ତି । ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସେ ଧରିଛନ୍ତି । ସେ ମହିଳା ମଣ୍ଡଳର ସଭାନେତ୍ରି ମଧ୍ୟ ଅଛନ୍ତି । ତେଣୁ ଗ୍ରାମର ଅନେକ ମହିଳାଙ୍କ ସହ ସେ ମିଳାମିଶା କରିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.