ଢେଙ୍କାନାଳ ଶକ୍ତି ସୁଗାର କାରଖାନା ପରିସରରେ ଅଘଟଣ, ୩ ଟ୍ରକ୍ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | May 08, 2020 IST

ଢେଙ୍କାନାଳ ୮|୫ : ଢେଙ୍କାନାଳ ଶକ୍ତି ସୁଗାର କାରଖାନାରେ ୩ ଜଣ ଟ୍ରକ୍ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କାରଖାନା ପରିସର ପାର୍କିଂ ୱାର୍ଡରେ ପଡିଛି ଜଣଙ୍କ ମୃତଦେହ ।

{"id":266428,"sizeSlug":"large"}

ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଓ ଜଣଙ୍କୁ କଟକ ବଡ ମେଡିକାଲ ନେବା ରାସ୍ତାରେ ମୃତ୍ୟୁ ଘଟିଛି ।

{"id":266429,"sizeSlug":"large"}

ମୃତକମାନେ ସମସ୍ତେ ବିହାର ଛାପ୍ରା ଅଞ୍ଚଳର ବୋଲି ଜଣାପଡିଛି । ଶକ୍ତି ସୁଗାର କାରଖାନାରୁ ସ୍ପିରିଟ୍ ଟ୍ରାନ୍ସପୋର୍ଟ ପାଇଁ  ସେମାନେ ଗତ ଦୁଇ ମାସ ହେଲା ଆସିଥିଲେ । ଶକ୍ତି ସୁଗାର ଟ୍ରକ୍ ପାର୍କିଂ ୱାର୍ଡରେ ଗାଡିରେ ରହୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.