Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଠଗଡରେ ମାତିଛନ୍ତି ବାଲି ଓ ପଥର ମାଫିଆ, ଚୋରା ଚାଲାଣ ବେଳେ ୩ଟି ଟ୍ରାକ୍ଟର ଜବତ

14/05/2021 at 3:38 PM

ଆଠଗଡ ୧୪।୫: ମାତିଛନ୍ତି ଚୋରା ବାଲି ଆଉ ପଥର ମାଫିଆ । ଆଠଗଡ଼ ଦେଇ ପ୍ରତିଦିନ ଲଘୁ ଖଣିଜାତ ଦ୍ରବ୍ୟ ଭାବରେ ବାଲି ଏବଂ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଦ୍ରୁତ ଗତିରେ ଯିବା ଆସିବା କରୁଥିବା ବେଳେ ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ । କିଛି ନିର୍ଦ୍ଧିଷ୍ଟ ସଂଖ୍ୟକ ମାମଲା ରୁଜୁ କରି ପ୍ରଶାସନ ପକ୍ଷରୁ ଅନ୍ୟମାନଙ୍କ ପାଇଁ କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି ।

ପ୍ରତିଦିନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଏବଂ ବାଲି ବୋଝେଇ ହାଇଓ୍ଵା ଶତାଧିକ ସଂଖ୍ୟାରେ ଯାତାୟାତ କରୁଥିଲେ ମଧ୍ୟ ପୋଲିସଠାରୁ ଆରମ୍ଭ କରି ତହସିଲ ପ୍ରଶାସନ ପର୍ଯ୍ୟନ୍ତ କେହି ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳରେ ଆଠଗଡ଼ ତହସିଲ ପ୍ରଶାସନ ପକ୍ଷରୁ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଏବଂ ଗୋଟିଏ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିବା ପ୍ରଶାସନିକ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

   Related Posts