ଆଜି କମ୍ପିଲା ବିଜେପୁର: ତିନି ପ୍ରମୁଖ ଦଳର ମୁଖିଆଙ୍କ ପ୍ରଚାର ସରଗରମ, କିଏ କହିଲା କଣ ଜାଣନ୍ତୁ

Published By : Prameya-News7 Bureau | October 18, 2019 IST

ବିଜେପୁର ୧୮|୧୦: ବିଜେପୁର ପ୍ରଚାର ପାଇଁ ଆଉ ମାତ୍ର ଗୋଟିଏ ଦିନ ।ତେଣୁ ୩ ପ୍ରମୁଖ ଦଳ ବିଜେଡି, ବିଜେପି  ଓ କଂଗ୍ରେସ ଷ୍ଟାର କ୍ୟାମ୍ପେନର ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଥିବା ବେଳେ ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପିସିସି ସଭାପତିଙ୍କ ନେତୃତ୍ବରେ ପୂରା ଟିମ୍‌ ଲାଗି ପଡିଛି । ଏମାନଙ୍କ ପାଇଁ ଆଜି କମ୍ପିଛି ବିଜେପୁର ଦାଣ୍ଡ ।   

{"id":171497}

ବିଜେପୁରରେ ହାଇଭୋଲଟେଜ୍ ପ୍ରଚାର । ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକଙ୍କ ପ୍ରଚାରରେ କମ୍ପିଛି ବିଜେପୁର । ପ୍ରଚାର ପାଇଁ ହାତରେ ମାତ୍ର ଗୋଟିଏ ଦିନ ଥିବାରୁ ୩ ପ୍ରମୁଖ ଦଳ ଆଜି ଜି-ଯାନ୍‌ ଲଗାଇ ପ୍ରଚାର କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାଲିଭଳି ଆଜି ବି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ମେଗା ରୋଡ୍‌ ସୋ କରିଛନ୍ତି । ହାଇଟେକ୍‌ ବସ୍‌ରେ ଆସି ରୀତାଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି ।

{"id":171498}

ସେହିଭଳି ବିଜେପିର ଷ୍ଟାର କ୍ୟାମ୍ପେନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ବରପାଲ୍ଲି ବ୍ଲକରେ ମାରାଥନ ପ୍ରଚାର କରିଛନ୍ତି ।ବିଜେଡି ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଜେପୁର ବାସୀ ଏଥର ନବୀନଙ୍କୁ ଉଚିତ୍‌ ଶିକ୍ଷା ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେପଟେ କଂଗ୍ରେସର ପୂରା ଟିମ୍‌ ଦଳୀୟ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ଜିତାଇବାକୁ ଜୋରଦାର କସରତ କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର , ତାରା ବାହିନୀପତି ପ୍ରମୁଖ କଂଗ୍ରେସ କମାଣ ସମ୍ଭାଳିଛନ୍ତି ।

{"id":171499}

ବିଜେପୁରରେ ସମସ୍ୟା କିଛି କମ୍ ନୁହେଁ । ଅନେକ ଗାଁରେ ପିଇବା ପାଣିର ସୁବିଧା ନାହିଁ । କାଳିଆ ଟଙ୍କା ପାଇନଥିବାରୁ ବହୁ ଲୋକଙ୍କ ମନରେ ଅସନ୍ତୋଷ ବି ରହିଛି । ଏସବୁ ପରେ ବି ଲୋକେ ମତଦାନ କରିବାକୁ ମନସ୍ଥ କରିଛନ୍ତି । ବିଜେଡିର ପୂରା ଟିମ୍‌ ଲାଗିଛନ୍ତି କିଭଳି ରୀତା ସାହୁ ଏଥର ବହୁ ଭୋଟର ଜିତନ୍ତୁ । ମନ୍ତ୍ରୀ ବିଧାୟକ ସାଂସଦ ସମସ୍ତେ ଦଳୀୟ ପାର୍ଥୀଙ୍କୁ ଜିତାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଲୋକଙ୍କୁ ବୁଝାଇବାରେ ମାତିଛନ୍ତି କିଭଳି ବିଜେଡି ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପ୍ରତିଶ୍ରୁତିରେ ରହିଛି ।

{"id":171500}

ବିଜେପୁର ନିର୍ବାଚନ ଆରମ୍ଭ ବେଳୁ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁନଥିଲା । ହେଲେ ଏ ଦୁଇଦିନ ହେଲା କିନ୍ତୁ ମାହୋଲ ଗରମ । ୩ ଦଳର ପ୍ରଚାରରେ ଆଗ୍ରେସିଭନେସ ଦେଖିବାକୁ ମିଳିଛି । କାଲି ପ୍ରଚାରର ଶେଷ ଦିନ । ତେଣୁ ଭୋଟରଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ସବୁ ପାର୍ଟି ।

{"id":171501}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.