Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଲାଙ୍ଗିର ଜେଲ୍‌ରେ ତିନି ଟପ୍ କ୍ରିମିନାଲ-ପୁଞ୍ଜିଲାଲ, ହାଇଦର ଓ ଧଳସାମନ୍ତ : ଚିନ୍ତାରେ ପୋଲିସ

କଟକ ୧୧|୨: ବଲାଙ୍ଗୀରେ ଜେଲକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା କାହିଁକି ନା ଧଳସାମନ୍ତ ,ହାଇଦର ଓ ପାର୍ସଲବୋମାର ମାଷ୍ଟର ମାଇଣ୍ଡ ପୁଞିଲାଲ ମେହେର….ତେବେ ପୁଞିଲାଲ ଭଳି ସାତିର ଦିମାକ  ଥିବା ଅଭିଯୁକ୍ତ ରହିଥିବା ବେଳେ ଓଡିଶାର ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ ଓ ହାଇଦର ଭଳି ଅପରଧୀ କୌଣିସି ବି ଅଘଟଣ ଘଟାଇ ପାରେ ବୋଲି ସନ୍ଦେହ କରିଛନ୍ତି ପୂର୍ବତନ ପୋଲିସ ଡିଜି । ସେପଟେ ଉଭୟଙ୍କ ଉପରେ କମିଶନରେଟ ପୋଲିସ କଡା ନଜର ରଖିଥିବା ବେଳେ ଜେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିବା କହିଛନ୍ତି ଡିସିପି ।

ଗୋଟିଏ ଛାତ ତଳେ ତିନି ଅଭିଯୁକ୍ତ । କିଏ ପାର୍ସଲ ବୋମା ଭଳି ଖତରନାକ ବୋମା ପ୍ରସ୍ତୁତ କରିବାରେ ସିଦ୍ଧ ହସ୍ତ ତ ଆଉ ଦୁଇ ହେଲେ କଥା କଥା କେ ଲୋକଙ୍କୁ ସବୁ ଦିନ ପାଇଁ ହଟାଇବା ସହ ପାଖକୁ ଲକ୍ଷ ଲକ୍ଷ ଟଙ୍କା ଆଣି ପାଲଟିଛନ୍ତି ଗ୍ୟାଙ୍ଗଷ୍ଟାର । ସୁଶାନ୍ତ ଧଳସାମନ୍ତ, ହାଇଦର, ଓ ପୁଞିଲାଲ ଏବେ ବଲାଙ୍ଗୀର ଜେଲରେ ରହୁଥିବାରୁ ଏମାନଙ୍କୁ ନେଇ ଉଠୁଛି ନାନା ପ୍ରଶ୍ନ ।

ପୁଞିଲାଲ ଏମାନଙ୍କ ସହ ମିଶି ନିଜର ସାତିର ଦିମାକରେ କିଛି ଅଘଟଣ ଘଟାଇାବ ନାହିଁ ତ । ଧଳସାମନ୍ତ ନିଜ ସହଯୋଗୀଙ୍କ ଜରିଆରେ ଜେଲରୁ ଉଭୟ ପୁଞିଲାଲ ଓ ନିଜେ ଫେରାର ହେବାରେ କିଛି କୌଶଳ ଆପଣାଇବେ ନାହିଁ ତ । ତେବେ ଏ ତିନି ଏକାଠି ଥିବାରୁ ବଲାଙ୍ଗୀର ଜେଲ ଉପରେ କଡା ନଜର ରଖିବା ଦରକାର ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ଗୋପାଳ ନନ୍ଦ ।

ଡି କମ୍ପାମନୀ ଜେଲର ଚାରିକାନ୍ଥ ଭିତରେ ରହି ମଧ୍ୟ ଘଟାଇଛନ୍ତି ବହୁ ଅପରାଧ । ଯାହାର ଉଦାହରଣ ସ୍ବରୁପ ବିଜନ ପାଲ ଗୁଳିକାଣ୍ଡ ଘଟଣାରେ କର୍ପୋରେଟର ରଞିତା ବିଶ୍ବାଳ ଗିରଫ ହେବା ଏକ ପ୍ରମାଣ । ତେଣୁ ଏବେ ବଲାଙ୍ଗୀର ଜେଲ ଉପରେ ମଧ୍ୟ ତିକ୍ଷ୍ଣ ନରଜ କମିଶନରେଟ ପୋଲିସ ରଖିଥିବା କହିଛନ୍ତି ଡିସିପି । ଧଳବ୍ରଦର୍ସଙ୍କ ପାଖକୁ ଯିବା ଆସିବା କରୁଥିବା ପ୍ରତ୍ୟକ ଲୋକଟି ଉପରେ ନଜର ରଖାଯାଇଛି । ଯେହେତୁ ଏବେ ପୁଞିଲାଲ ଓ ସୁଶାନ୍ତ ଏକାଠି ଜେଲରେ ରହୁଛନ୍ତି ସେଥିପାଇଁ ସେଠାକାର ଜେଲ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ପୋଲିସ ଯୋଗାଯୋଗରେ ଥିବା କହିଛନ୍ତି ଡିସିପି ।

ଚୌଦ୍ବାର ହେଉ ଅବା ବଲାଙ୍ଗୀର ଗ୍ୟାଙ୍ଗଷ୍ଟାରମାନେ ଘଟାଇ ପାରୁଛନ୍ତି ସହଜରେ ଅପରାଧ । ତେଣୁ ଏବେ ବଲାଙ୍ଗୀର ଜେଲର ତିନି ଦୁର୍ଦ୍ଦାନ୍ତ ରହୁଥିବାରୁ ପୋଲିସ ଅଧିକରୁ ଅଧିକ ସଜାଗ ରହିବା ଆବଶ୍ୟକ ।

364 Views

   ସମ୍ବନ୍ଧିତ ଖବର