ଆଜିଠୁ ରାଜ୍ୟରେ ୨ରୁ ୪ ଡିଗ୍ରୀ ତାତି ବଢିବା ସମ୍ଭାବନା

Published By : Prameya-News7 Bureau | April 25, 2019 IST

ଭୁବନେଶ୍ବର ୨୫|୪: ଆଜିଠୁ ବଢିବ ତାତି । କମିବ କାଳବୈଶାଖୀର ତାଉ । ତେବେ ଆଭ୍ୟନ୍ତରୀଣ ଓଡିଶାବାସୀ  ହିଁ ବେଶି ଗରମ ଭୋଗିବେ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସୂଚନା ଅନଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ବିଶେଷକରି ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, ଅନୁଗୋଳରେ ପାରଦ ବଢିବ ।କିନ୍ତୁ କାଳବୈଶାଖୀର ଆଶଙ୍କା କମ୍ ଥିବା କହିଛି ପାଣିପାଗ ବିଭାଗ ।ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି । ୪୩.୫ ଡିଗ୍ରୀ ସେଲସିୟସ  ତାପମାତ୍ରା ସହ ଟିଟିଲାଗଡ ରହିଛି ସବୁଠୁ ଉତ୍ତପ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.