Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ୩କର୍ମୀ ଆହତ

କୋଲକାତା ୨୩|୪: ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ଉତ୍ତେଜନା ଦେଖାଦେଇଛି । ରାଜ୍ୟରେ ଉପୁଜିଥିବା ନିର୍ବାଚନୀ ହିଂସା ଯୋଗୁଁ ୩ ଜଣ କର୍ମୀ ଆହତ ହୋଇଥିବା ସୂଚନା ରହିଛି। ପଶ୍ଚିମବଙ୍ଗର ମୁରସିଦାବାଦ ସ୍ଥିତ ଡୋମକଲ୍‌ ମୁନିସିପାଲଟିଠାରେ ଏହି ବୋମା ମାଡରେ ୩ ଜଣ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀ ଆହତ ହୋଇଥିବା ସୂଚନା ରହିଛି।

ଆହତକର୍ମୀମାନଙ୍କୁ ହସ୍ପିଟାଲକୁ ନିଆଯାଇଛି। ତେବେ ବୋମା କିଏ ପକାଇଛି ତାହା ଏଯାବତ୍‌ ଜଣାପଡିନାହିଁ । ଯଦିଓ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା ହେତୁ କେହି ବିରୋଧୀ ଏପରି କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

125 Views

   ସମ୍ବନ୍ଧିତ ଖବର