Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ବାରଙ୍ଗ ନରାଜ ଗାଁରେ ସପ୍ତାହକ ମଧ୍ୟରେ ୩ଥର ଲାଗିଲାଣି ନିଆଁ ; କାରଣ ଖୋଜିବାକୁ ପୋଲିସ ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ

20/11/2018 at 12:37 PM

ବାରଙ୍ଗ ୨୦|୧୧:  ଗଲା ସପ୍ତାହକ ଭିତରେ ବାରଙ୍ଗ ଥାନା ନରାଜ ଗାଁରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଘରେ ବାରମ୍ବାର ଅଗ୍ନିକାଣ୍ଡ ଘଟିବା ପଛରେ କାହାର ହାତ ?  ବିପନ୍ନଙ୍କ ମନରେ ଏଭଳି ସଂଦେହ ସୃଷ୍ଟି ହୋଇଥିବା ବେଳେ ସେମାନେ ଏବେ କାରଣ ଖୋଜିବାକୁ ପ୍ରଶାସନ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

ଗତ ୧୩ ତାରିଖ, ମଙ୍ଗଳବାର ଦିନ ରାଜଧାନୀ ଉପକଣ୍ଠ ବାରଙ୍ଗ ଥାନା ନରାଜ ଗାଁର ବିଳାସିନୀ ସାହୁଙ୍କ ଘରେ ହଠାତ୍ ରାତି ଗୋଟାଏ ବେଳକୁ ନିଆଁ ଲାଗିଗଲା । ଆସବାବପତ୍ର ସବୁ ଜଳିପୋଡ଼ି ଛାରଖାର ହୋଇଗଲା । ଏହାର ୪ଦିନ ନପୁରୁଣୁ ଅର୍ଥାତ୍ ଶୁକ୍ରବାର ପୁଣି ଥରେ ବିଳାସିନୀଙ୍କ ଘରେ ନିଆଁ ଲାଗିଲା । ଏଥର ରାତି ୧୨ଟା ବେଳେ ଘଟିଥିଲା ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ରବିବାର ରାତି ୨ଟା ବେଳେ ଗାଁର ରମାମଣି ବେହେରାଙ୍କ ଘରେ ନିଆଁ ଲାଗି ୬ବଖରା ଚାଳ ଘର ଜଳି ଯାଇଛି । ୭୬ବର୍ଷିୟା ରମାମଣି ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଘରର ସମସ୍ତ ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ହେଲେ ସପ୍ତାହକ ଭିତରେ ଗୋଟିଏ ସ୍ଥାନରେ ତିନି ତିନି ଥର ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । ଏମିତି ନିଆଁ ଲାଗିବାର କାରଣ କ’ଣ ? ଏଭଳି ପ୍ରଶ୍ନ ଏବେ ସେମାନଙ୍କ ନିଦ ହଜାଇଦେଇଛି ।

ଏହି ଅଗ୍ନିକାଣ୍ଡ ରମାମଣି ପୂରା ନିଃସ୍ବ ହୋଇଯାଇଛନ୍ତି । ବୃଦ୍ଧା ଅବସ୍ଥାରେ ସେ ଆଗକୁ ଚଳିବେ କେମିତି?  ଏମିତିରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି । ଘଟଣାସ୍ଥଳ ପରିଦର୍ଶନ କରିଥିବା ବାରଙ୍ଗ ତହସିଲଦାର ମଧ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ନିଆଁ କାହିଁକି ଆଉ କେମିତି ଲାଗୁଛି ସେ ନେଇ କାହାରି ପାଖରେ କୌଣସି ଉତ୍ତର ନାହିଁ ।

ଗାଁର ଗୋଟିଏ ସାହିରେ କିଛି ଲୋକଙ୍କ ଘରେ ଏମିତି ବାରମ୍ବାର ନିଆଁ ଲାଗିବା କୌଣସି ସାଧାରଣ ଘଟଣା ହୋଇନପାରେ । ଏହାର ଅନୁସନ୍ଧାନ ହେବା ନିହାତି ଦରକାର । ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଏନେଇ ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରନ୍ତା ।

   Related Posts