ଜମି ବିବାଦକୁ ନେଇ ୩ ଥର ବିଧାୟକଙ୍କୁ ପିଟିପିଟି ହତ୍ୟା, ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ

Published By : Prameya-News7 Bureau | September 06, 2020 IST

ଲକ୍ଷ୍ନୌ ୦୬/୦୯: ଜମି ବିବାଦ ପାଇଁ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିର ପୂର୍ବତନ ବିଧାୟକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ତ୍ରିକୋଲିଆ ଗାଁରେ ଜମି ବିବାଦକୁ କେନ୍ଦ୍ର କରି ପ୍ରତିପକ୍ଷ ଗୁଣ୍ଡା ଲଗାଇ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ବିଧାୟକ ନିର୍ଭେନ୍ଦ୍ର ମିଶ୍ର ୩ ଥର ବିଧାୟକ ହୋଇଥିଲେ।  ୧୯୮୯, ୧୯୯୧ ଓ ୧୯୯୩ରେ ବିଧାୟକ ହୋଇଥିଲେ। ଲକ୍ଷ୍ମୀପୁର ଖେରିର ପାଲ୍ଲିଆ ସଟ୍‌ରୁ ବିଧାୟକ ହୋଇଥିଲେ ନିର୍ଭେନ୍ଦ୍ର ମିଶ୍ର।

ବିଧାୟକଙ୍କ ପୁଅ ସଞ୍ଜିବ ମିଶ୍ରଙ୍କ ଅନୁସାରେ ସ୍ଥାନୀୟ ବସଷ୍ଟାଣ୍ଡରେ ଥିବା ଏକ ଚାଷ ଜମିକୁ ନେଇ ବିବାଦ ଲାଗି ରହିଥିଲା। ବ୍ୟବସାୟୀ ରାଧେଶ୍ୟାମ ଗୁପ୍ତାଙ୍କ ସହ ତାଙ୍କ ବାପାଙ୍କ ଏହି ଜମିକୁ ନେଇ ବିବାଦ ଥିଲା । ତେବେ​‌ ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି।

ରବିବାର ଦିନ ୫୦-୬୦ ଲୋକଙ୍କୁ ଡାକି ରାଧେଶ୍ୟାମ ଜମି ଉପରେ କବଜା କରିବାକୁ ପ୍ରୟାସ କରିଥିଲା। ଏହାକୁ ବିରୋଧ କରି ନିର୍ଭେନ୍ଦ୍ର ମିଶ୍ର ଓ ତାଙ୍କ ପୁଅ ସେଠାରେ ପହଞ୍ଚିଥିଲେ। ତେବେ​ ରାଧେଶ୍ୟାମ ଡକାଇଥିବା ଗୁଣ୍ଡା ନିର୍ଭେନ୍ଦ୍ରଙ୍କୁ ପିଟିପିଟି ହତ୍ୟା କରିଥିବା କହିଛନ୍ତି ତାଙ୍କ ପୁଅ ସଞ୍ଜିବ । ତେବେ ସେମାନେ ପୋଲିସଙ୍କୁ ଆକ୍ରମଣ କରିଥିବା ମଧ୍ୟ ଜଣାପଡ଼ିଥିଲା। ଏହି ମାମଲାରେ ପୋଲିସ ଦୁଇ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.