କାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ : ସୁରକ୍ଷା ବ୍ୟବସ୍ଥାରେ ୩୦ପ୍ଲାଟୁନ୍ ଫୋର୍ସ

Published By : Prameya-News7 Bureau | November 12, 2019 IST

ଭୁବନେଶ୍ବର ୧୨।୧୧: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ୩୦ ଦିନ ଚାଲିବାକୁ ଥିବା ଏହି ଅଧିବେଶନ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ବିରୋଧୀଙ୍କ ହାତରେ ଏଥର ଅନେକ ପ୍ରସଙ୍ଗ । ନାରୀ ସୁରକ୍ଷାଠାରୁ ଆରମ୍ଭ କରି ପିସି କାରବାର, ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଦୁର୍ନୀତି ପ୍ରସଙ୍ଗ ଏଥର ସରକାରଙ୍କ ପାଇଁ ସାଜିବ ମୁଣ୍ଡ ବ୍ୟଥା । ଏପଟେ ବିରୋଧୀଙ୍କ ମୁକାବିଲା ପାଇଁ ସରକାରୀ ଦଳ ବି ପୁରା ରଣନୀତି ପ୍ରସ୍ତୁତି କରିଛି ।

{"id":182872}

ବିଧାନସଭା ରଣନୀତି ପ୍ରସ୍ତୁତି ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ ୧୩ ତାରିଖ ସକାଳ ୧୦ଟାରେ ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ ବସିବ। ବିଧାନସଭା ଶୀତକାଳୀନ ଅଧିବେଶନ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ । ତା ଉପରେ ଆଲୋଚନା ହେବ । ଅତିରିକ୍ତ ବଜେଟ୍ ପାସ୍ କରିବା ସରକାରଙ୍କ ବଡ ଟେନସନ୍ ।

{"id":182873}

ସେପଟେ  ଅଧିବେଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗାନ୍ଧିମାର୍ଗଠାରୁ ବିଧାନସଭା ଯାଏଁ ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ । ୧୨୦ ପୋଲିସ ଅଧିକାରୀ, ଏସଓଜି ଓ ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ।

{"id":182874}

ଏହାସହ ବମ୍ ସ୍କ୍ବାଡ୍ ଓ ସାଦା ପୋଷାକଧାରୀ ପୋଲିସ ସହରର ବିଭିନ୍ନ ସ୍ଥାନରେ ମୁତୟନ ରହିବେ । ୧୨ ଜଣ ଏସିପିଙ୍କ ସହ ଭୁବନେଶ୍ବର ଡିସିପି ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପୋଲିସ ବାହିନୀକୁ ମନିଟରିଂ କରିବେ ।

{"id":182875}

ମାଷ୍ଟରକ୍ୟାଣ୍ଟିନଠାରୁ ବିଧାନସଭା ରାସ୍ତା ସିସିଟିଭି ବଳୟରେ ରହିବ । ଏଥିପାଇଁ ମାଷ୍ଟରକ୍ୟାଣ୍ଟିନଠାରେ ୬ଟି ଅସ୍ଥାୟୀ ପୋଲିସ ଶିବିର ସହ ଗୋଟିଏ ସିସିଟିଭି କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ଧର୍ମଘଟ ଓ ଧାରଣା ପାଇଁ ଆସୁଥିବା ସଂଗଠନ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.