Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ବୁଥ୍ ବଦଳରେ ବ୍ଲକରେ ହେବ ଭୋଟ ଗଣତି, ଏମିତି ରହିଛି ପ୍ରସ୍ତୁତି

22/10/2021 at 9:34 PM

ଭୁବନେଶ୍ଵର ୨୨।୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ବୁଥ ବଦଳରେ ବ୍ଲକରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରସ୍ତୁତି ସହିତ ଇଲକ୍ଟୋରାଲ ରୋଲ ପ୍ରସ୍ତୁତ କରିବା ଏବଂ ବୁଥ ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାଜନୈତିକ ଦଳ ମଧ୍ୟ ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।

ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ବ୍ଲକରେ ହେବ।  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପୂର୍ବରୁ ଯେମିତି ବୁଥରେ ହେଉଥିଲା ଏଥର ସେମିତି ହେବନି। ଗୋଟିଏ ଦିନରେ ନିର୍ବାଚନ ହୋଇଥିବା ସମସ୍ତ ବ୍ଲକରେ ଭୋଟ ଗଣତି ହେବ। ଭୋଟ ଗଣତି ପରେ ବାଲଟ ବାକ୍ସ ଆଣି ବ୍ଲକରେ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ରଖାଯିବ। ଏ ନେଇ ସମସ୍ତ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।  ଏହା ସହିତ ଜାନୁଆରୀ ୧, ୨୦୨୧ ଭୋଟର ଲିଷ୍ଟ ଅନୁସାରେ ଇଲକ୍ଟୋରାଲ ରୋଲ ପ୍ରସ୍ତୁତ କରାଯିବ। ପ୍ରତି ଓ୍ବାର୍ଡ ଏବଂ ପଞ୍ଚାୟତରେ ଭୋଟର ଲିଷ୍ଟ ସଂଶୋଧନ କରାଯିବ। ୬ ମାସଭିତରେ ଯଦି କାହାର ବୟସ ଭୋଟ ଦେବା ପାଇଁ ହୋଇ ଯାଇଥିବ ତାହେଲେ ସେମାନଙ୍କୁ ଅନ୍ତୁର୍ଭୁକ୍ତ କରାଯିବ। ଏଥର ବୁଥ ସଂଖ୍ୟା ବଢ଼ାଯିବ। ସେହି ଅନୁସାରେ ବାଲାଟ ବକ୍ସ ମଧ୍ୟ ବୃଦ୍ଧି କରାଯିବ।  ଜାନୁୟାରୀ ୨୬ ତାରିଖ ସୁଦ୍ଧା ବୁଥ ତାଲିକା ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋର ଦାର ଚାଲିଥିବା ବେଳେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଧ୍ୟ  ପ୍ରସ୍ତୁତି ଜୋରଦାର କରିଛନ୍ତି। ବୁଥ ସ୍ତରରେ କେମିତି ସଙ୍ଗଠନ ମଜବୁତ ହେବ ସେନେଇ ଗାଁ ଗାଁରେ ଦଳୀୟ କାର୍ଯ୍ୟକ୍ରମ ମାନ ଜୋର ଧରିଥିଲାଣି। ଇଲେକ୍ଟୋରାଲ ରୋଲ ପ୍ରସ୍ତୁତ ହେବା ପରେ  ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା କରିବେ ରାଜ୍ୟ ନିର୍ବାଚନ କମିଶନ।

   Related Posts