ପାନ ମସଲା ଓ ଗୁଟଖା ଚୋରି କରିଥିବା ୩ ଚୋର ଗିରଫ, ୩ଲକ୍ଷ ଟଙ୍କା ଜବତ

Published By : Prameya-News7 Bureau | December 04, 2021 IST

ଟାଙ୍ଗୀ ୪।୧୨:  ବାଲୁଗାଁ ପୋଲିସ ୩ ଜଣ ଚୋରଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ୩ ଲକ୍ଷ ଟଙ୍କା ଜବତ କରିବା ସହିତ ଚୋରି କରିବା ସମୟରେ ବ୍ୟବହୃତ ପିକ୍-ଅପ୍ ଭ୍ୟାନ୍ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ବାଲୁଗାଁ ପୋଲିସ ।

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଞ୍ଚଳରେ ଥିବା ଏକ ପାନ ମସଲା ଦୋକାନରୁ ଗତ ୧୮ ତାରିଖରେ ତାଲା ଭାଙ୍ଗି ସମସ୍ତ ପାନମସଲା ଓ ଗୁଟଖା ଚୋରି ହୋଇଗଲା । ଚୋରି ସାମଗ୍ରୀର ମୂଲ୍ୟ ୩/୪ ଲକ୍ଷ ଟଙ୍କା ହେବ ବୋଲି ଦୋକାନ ମାଲିକ ସୁଶୀଲ କୁମାର ସୁବୁଦ୍ଧି ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ ଦାଏର କରିଥିଲେ । ବାଲୁଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ପରେ ଚୋରି ଘଟଣାରେ ଏହି ୩ ଜଣ ଚୋରଙ୍କୁ ଗିରଫ କରିଛନ୍ତି । ବାଲୁଗାଁ SDPO ମାନସ ରଞ୍ଜନ ବାରିକଙ୍କ ସୂଚନା ଅନୁସାରେ, ଚୋରି କରିବା ପରେ ସେହି ପାନ ମସଲାକୁ ସେମାନେ ୩ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ଆଖପାଖ ଅଞ୍ଚଳର ଓ୍ବାଇ ନରେଶ, ନିନା ବେହେରା, ସୁଶାନ୍ତ ସାହୁ । ଏହି ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ ଏପରି ଚୋରି କରିଥିବା ପୋଲିସ ନିକଟରେ କହିଥିବା ବାଲୁଗାଁ ଥାନା ନିରୀକ୍ଷକ ରମାକାନ୍ତ ମହାଲିକା ସୂଚନା ଦେଇଛନ୍ତି । ଅଧିକ ତଦନ୍ତ ଜାରି ରହିଥିବା ବାଲୁଗାଁ ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.