ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

Published By : Prameya-News7 Bureau | December 22, 2020 IST

ବ୍ରହ୍ମଗିରି ୨୨।୧୨: ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ । ଏମାନଙ୍କୁ ଗିରଫ କରିଛି ବ୍ରହ୍ମଗିରି ପୋଲିସ । ୫ଟି ଚୋରି ଘଟଣାରେ ୩ଜଣଙ୍କୁ ଗିରଫ କରିଥିବାବଳେ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି ।

{"id":381256,"sizeSlug":"large","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, ଗତ ୨ ମାସ ତଳେ ବ୍ରହ୍ମଗିରି ଅଞ୍ଚଳରୁ ୬ଟି ବଡଧରଣର ଲୁଟ୍ ହୋଇଥିଲା । ପୋଲିସ ତଦନ୍ତ କରି ପ୍ରଥମେ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ତାପରେ ପଚରାଉଚରା କରି ଆଉ ୨ ଜଣଙ୍କୁ ଧରିଥିଲା। ସେମାନଙ୍କ ନିକଟରୁ ୧୫୦ଗ୍ରାମ ସୁନା, ୧୦୦ ଗ୍ରାମ ରୂପା ଅଳଙ୍କାର ସମେତ ଟିଭି, ହୋମ ଥିଏଟର, ମୋବାଇଲ ଏବଂ ପିତ୍ତଳ ବାସନକୁସନ ଜବତ କରାଯାଇଛି ।

ସେହି ଚୋରି ଘଟଣାରେ ମଙ୍ଗଳବାର ବ୍ରହ୍ମଗିରି ଥାନା ଅନ୍ତର୍ଗତ ବିଜିପୁରର ଶଶୀଭୂଷଣ ପଟ୍ଟନାୟକ, ହାତିଆର ଅଶୋକ କୁମାର ସାହୁ ଏବଂ ନୂଆଗାଁର ଚନ୍ଦ୍ରଶେଖର ମିଶ୍ର ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ତଦନ୍ତ ଜାରି ରହିଛି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସଦର ଏସଡିପିଓ କିଶୋର କୁମାର ମୁଣ୍ଡ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.