ଜାମ୍ମୁ କାଶ୍ମୀର ଲୋଅରମୁଣ୍ଡାରେ ୩ ଆତଙ୍କବାଦୀ ନିହତ : ୧୨ ଘଣ୍ଟାରେ ପ୍ରାଣ ହରାଇଲେ ୭ ଆତଙ୍କବାଦୀ

Published By : Prameya-News7 Bureau | April 27, 2020 IST

ଶ୍ରୀନଗର ୨୭/୦୪ : ଗତ ୧୨ ଘଣ୍ଟା ହେଲା ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଆହୁରି ୩ ଆତଙ୍କବାଦୀ ନିହତ ହୋଇଛନ୍ତି | ଭାରତୀୟ ସୁରକ୍ଷାବଳଙ୍କ ସହ ଚାଲିଥିବା ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୭ ଆତଙ୍କବାଦୀ ନିହତ ହୋଇଛନ୍ତି | ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି |

ସୂଚନା ଅନୁଯାୟୀ, କୁଲଗାମର ଲୋଅରମୁଣ୍ଡାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଭାରତୀୟ ସୁରକ୍ଷାବଳ ସୂଚନା ପାଇଥିଲେ | ସୂଚନା ପାଇ ଭାରତୀୟ ଯବାନ ପୋଲିସ ଟିମ ସହ ସମ୍ପୂର୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ | ଆତଙ୍କବାଦୀମାନେ ଗୋଟିଏ ଘରେ ଲୁଚି ରହିଥିଲେ | ଯବାନ ଓ ପୋଲିସ ସେହି ଘରକୁ ଘେରିବା ପରେ ଆତଙ୍କବାଦୀମାନେ ଗୁଳି ଚଲାଇବା ଆରମ୍ଭ କରିଥିଲେ | ଉଭୟ ତରଫରୁ ହୋଇଥିବା ଗୁଳି ବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି | ରବିବାର ଦିନ କୁଲଗାମର ଗୁଦେର ଅଞ୍ଚଳରେ ସୁରକ୍ଷାବଳଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିଲେ |   

ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଦକ୍ଷିଣ କାଶ୍ମୀରର ଦେବସର ଅଞ୍ଚଳରେ ରବିବାର ସନ୍ଧ୍ୟାରେ ସୁରକ୍ଷାବଳଙ୍କ ଏକ ଟିମ ଉପରେ ଆତଙ୍କବାଦୀମାନେ ଗୁଳି ଚଲାଇଥିଲେ | ସୁରକ୍ଷାବଳ ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଥିଲେ | ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା | ସୁରକ୍ଷାବଳଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିଲେ | ତେବେ ସେହି ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବଳଙ୍କୁ ସୂଚନା ମିଳିଥିଲା | ଆଉ କିଛି ଆତଙ୍କବାଦୀ ଲୋଅରମୁଣ୍ଡାରେ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାବଳ ସର୍ଚ୍ଚ ଆରପିଏସନ ଜାରି ରଖିଥିଲେ | ସୂଚନା ଆଧାରରେ ଭାରତୀୟ ସେନା ସୋମବାର ସକାଳୁ ସେହି ଅଞ୍ଚଳକୁ ଘେରିବାକୁ ପ୍ରୟାସ କରିଥିଲେ | ସେନା ଘେରିବା ପରେ ଆତଙ୍କବାଦୀ ସେନା ଉପରକୁ ହମଲା କରିଥିଲେ | ଏହାପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ଓ ଏଥିରେ ଆଉ ୪ ଆତଙ୍କବାଦୀ ନିହତ ହୋଇଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.