ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନମୟ: ୩ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | January 20, 2020 IST

ଶ୍ରୀନଗର ୨୦।୦୧: ଜାମ୍ମୁ-କାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

{"id":213724,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାର  ଦିନ ୫୫ରାଷ୍ଟ୍ରୀୟ ରାଇଫଲ୍‌ର ଯବାନ ଓ ଜାମ୍ମ-କାଶ୍ମୀର ପୋଲିସର ସ୍ପେଶାଲ ଟିମ୍‌କୁ ବାଚୀ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । ସୂଚନା ମିଳିବା ପରେ ସେନା ଓ ସ୍ପେଶାଲ ଟିମ୍ ପକ୍ଷରୁ ତତ୍‌କ୍ଷଣତା ସହ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ସର୍ଚ୍ଚ ଅପରେସନ ସମୟରେ ଏକ ଘରୁ ସେନା ବାହିନୀଙ୍କୁ ଉପରକୁ ପ୍ରଥମେ ଗୁଳିମାଡ ହୋଇଥିଲା, ପରେ ସେନା ବାହିନୀ ମଧ୍ୟ ପାଲଟା ଆକ୍ରମଣ କରିଥିଲା । କିଛି ସମୟ ଧରି ଉଭୟ ସେନାବାହିନୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ତେବେ ଏନକାଉଣଣ୍ଟରେ ତିନି ଜଣ ଆତଙ୍କାବାଦୀ ନିହତ ହୋଇଥିବା ଜଣାପଡିଛି ।

{"id":213725,"sizeSlug":"large"}

ତେବେ ନିହତ ହୋଇଥିବା ଆତଙ୍କବାଦୀମାନଙ୍କ ପରିଚୟ ମିଳିଛି । ଦୁଇ ଜଣଙ୍କ ନାମ ଆଦିଲ ଶେଖ, ବସୀମ ବାନୀ ହୋଇଥିବା ବେଳେ ତୃତୀୟ ଆତଙ୍କବାଦୀର ପରିଚୟ ପାଇଁ ଛାନଭିନ୍‌ ଜାରି ରହିଛି । ନିହତ ଆତଙ୍କବାଦୀ ଆଦିଲ ଶେଖ ୨୯ ଡିସେମ୍ବର ୨୦୧୮ରେ ପିଡିପିର ପୂର୍ବତନ ବିଧାୟକ ଏଜାଜ ମୀରଙ୍କ ଘରୁ ଅସ୍ତ୍ରଶସ୍ତ୍ର ଲୁଟ୍‌ର ମୁଖ୍ୟ ଅଭିଯୁକ୍ତ ଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.