ଅପରେସନ ଅଲ୍‌ଆଉଟ୍‌ : ସେନା ଗୁଳିରେ ଟଳିଲେ ୩ ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | August 29, 2020 IST

ଶ୍ରୀନଗର ୨୯।୦୮: ସେନାବାହିନୀଙ୍କ ଆତଙ୍କବାଦୀ ନିପାତ ଅଭିଯାନ ଜାରି ରହିଛି । ଗତକିଛି ହେଲା ଘାଟିରେ ଆତଙ୍କବାଦୀ ବିରୋଧରେ ସେନାର ଲଢେଇ ଜାରି ରହିଛି ।ଏହିପ୍ରରିପେକ୍ଷୀରେ ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ ହୋଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ଆତଙ୍କବାଦୀ କେଉଁ ସଂଗଠନ ସହିତ ଜଡିତ ଅଛନ୍ତି । ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛନ୍ତି । ସେନା ପକ୍ଷରୁ  ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ପୁଲଓ୍ୱାମାର ଜଦୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସେନା ଓ ସ୍ଥାନୀୟ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଆତଙ୍କୀ ଲୁଚି ରହିଥିବାର ଖବର ମିଳିବା ମାତ୍ରେ ସେନା ଓ ସ୍ଥାନୀୟ ପୋଲିସ ପୁରା ଅଞ୍ଚଳକୁ ଘେରି ଯାଇଥିଲେ । ଚାରିପଟୁ ସେନା ଘେରିବା ଦେଖି ଆତଙ୍କୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ସେନାବାହିନୀ ପକ୍ଷରୁ ଦିଆଯାଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । କିଛି ସମୟରେ ସେନାବାହିନୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ ହୋଇଥିବା ଜଣାପଡିଛି। ନିହତ ଆତଙ୍କବାଦୀଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ । କିନ୍ତୁ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସେହିପରି ପୁରା ଅଞ୍ଚଳରେ ସେନାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହାପୂର୍ବରୁ ଦକ୍ଷିଣ କାଶ୍ମୀରର ସୋପିଆଁ ଜିଲ୍ଲାରେ ଶୁକ୍ରବାର ଦିନ ସେନା-ଆତଙ୍କୀ ଗୁଳିବିନିମୟରେ ଜଣେ କମାଣ୍ଡର ସମେତ ୪ଆତଙ୍କୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀଙ୍କ ନାଁରେ ଅପହରଣ, ହତ୍ୟା ପରି ଅନେକ ସଙ୍ଗୀନ ମାମଲା ରହିଥିଲା । ସେମାନଙ୍କ ନିକଟରୁ ଏକେ-୪୭ ରାଇଫଲ ଓ ତିନୋଟି ପିସ୍ତଲ ଜବତ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.