Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସୁରକ୍ଷାକର୍ମୀଙ୍କୁ ସଫଳତା : ପିପିଇ କିଟ୍‌ ପିନ୍ଧି ବ୍ୟାଙ୍କ ଲୁଟ୍ କରୁଥିବା ଆତଙ୍କୀ ସଂଗଠନ ଲସ୍କରର ୩ ସହଯୋଗୀ ଗିରଫ

24/04/2021 at 6:48 PM

ଶ୍ରୀନଗର ୨୪/୦୪ : କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡଧରଣର ସଫଳତା । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ୩ ଜଣ ସହଯୋଗୀଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ଭାରତୀୟ ସେନା । ଗିରଫ ଅଭିଯୁକ୍ତମାନେ ଆତଙ୍କବାଦୀମାନଙ୍କୁ ସହଯୋଗ କରୁଥିଲେ । ଗତ ଗୁରୁବାର ଦିନ J & K ବ୍ୟାଙ୍କ ଲୁଟ୍‌ ଘଟଣାରେ ସାମିଲ ଥିଲେ । ଏହା ପୂର୍ବରୁ ଆଉ ୨ଟି ଗ୍ରାମୀଣ ବ୍ୟାଙ୍କ ଲୁଟ୍‌ ଘଟଣାରେ ଏହି ୩ ଜଣଙ୍କ ସଂପୃକ୍ତି ଥିବା​‌ ଜାଣିବାକୁ ପାଇଛି ପୋଲିସ ।

କେବଳ ସେତିକି ନୁହେଁ, ଗିରଫ ହୋଇଥିବା ଆତଙ୍କୀ ସହଯୋଗୀମାନେ ଏକ ହତ୍ୟାକାଣ୍ଡରେ ମଧ୍ୟ ସଂପୃକ୍ତି ଜଣାପଡିଛି । ଗିରଫ ୩ ଅଭିଯୁକ୍ତ ଲସ୍କର କମାଣ୍ଡର ୟୁସୁଫ୍‌ ଡାର ଏବଂ ନଦୀମ ଭଟ୍ଟ ଇସାରାରେ କାମ କରୁଥିଲେ । ସେମାନଙ୍କ ନିକଟରୁ ୨୪ ହଜାର ୫୦୦ ଟଙ୍କା, ଚୀନ ନିର୍ମିତ ପିସ୍ତଲ, ୨ଟି ମାଗାଜିନ୍‌ , ୨୫ ଟି କାର୍ଟୁସ୍‌, ୨ଟି ରାଇଫଲ ଏବ ପିପିଇ କିଟ୍‌ ଜବତ କରାଯାଇଛି । ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି ।

ଗିରଫ ୩ ଆତଙ୍କୀ ସହଯୋଗୀ ହେଉଛନ୍ତି ବଶୀର ମହମ୍ମଦ, ଗୁଲାମ ଅହମ୍ମଦ ଏବଂ ଗୁଲାମ ମହମ୍ମଦ ଭଟ୍ଟ । ତେବେ ପଚରାଉଚରା ପରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିପାରେ । ଗିରଫ ଅଭିଯୁକ୍ତମାନେ ଲଗାତାର ଭାବେ ଲୁଟ୍‌ପାଟ୍‌ରେ ସଂପୃକ୍ତ ରହୁଥିଲେ ଏବଂ ବିଭିନ୍ନ ସମୟରେ ବନ୍ଧୁକ ଦେଖାଇ ଲୋକମାନଙ୍କ ଠାରୁ ଲୁଟୁଥିଲେ ।

   Related Posts