ସେମିଫାଇନାଲରୁ ବିଦା ହେଲେ ଏହି ୩ଟି ଟିମ୍ : ସେମିଫାଇନାଲ ପାଇଁ ଅଙ୍କ ତାଲିକାରେ ୩ ପ୍ରମୁଖ ଟିମ୍

Published By : Prameya-News7 Bureau | June 29, 2019 IST

ମଞ୍ଚେଷ୍ଟର ୨୯/୬ : ବିଶ୍ୱକପରେ ଶୁକ୍ରବାର ଯାଏଁ ସମୁଦାୟ ୩୫ଟି ମୁକାବିଲା ହୋଇସାରିଛି । ଗ୍ରୁପ ଷ୍ଟେଜର ଆଉ ୧୦ଟି ମ୍ୟାଚ ବାକି ଅଛି । ଚଳିତ ବିଶ୍ୱକପରେ ସବୁ ଟିମ ପରସ୍ପର ସହ ମ୍ୟାଚ ଖେଳୁଛି । ଗ୍ରୁପ ଷ୍ଟେଜ ପରେ ଟପ ୪ରେ ଥିବା ଟିମ ସେମି ଫାଇନାଲ ଖେଳିବେ । 

{"id":128557,"width":585,"height":381}

ଅଷ୍ଟ୍ରେଲିଆ ୧୨ ଅଙ୍କ ସହ ସେମି ଫାଇନାଲରେ ପହଂଚି ସାରିଛି । ଆଉ ୩ଟି ଟିମ ତାଲିକା ଖୁବ ଶୀଘ୍ର ଆଡ଼ ହେବ । ତେବେ ସେମି ଫାଇନାଲ ତାଲିକାରୁ ୩ଟି ଟିମ ସମ୍ପୂର୍ଣ ବାହାରି ସାରିଛି । ଏହି ୩ଟି ଟିମ ସେମି ଫାଇନାଲ ଖେଳିବାର କୌଣସି ସମ୍ଭାବନା ନାହିଁ । ଆସନ୍ତୁ ଜାଣିବା ସେ ୩ଟି ଟିମ କିଏ କିଏ

{"id":128551}

ସେମି ଫାଇନାଲ ରେସରୁ ସବୁଠାରୁ ପ୍ରଥମେ ବାହାରିଯାଇଛି ଆଫଗାନିସ୍ତାନ । ଆଫଗାନିସ୍ତାନ ପାକିସ୍ତାନକୁ ଅଭ୍ୟାସ ମ୍ୟାଚରେ ହରାଇ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଟୁର୍ନାମେଣ୍ଟରେ ଏହି ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଆଫଗାନିସ୍ତାନ ଆଉ ୨ଟି ମ୍ୟାଚ ଖେଳିବ ।

{"id":128548}

ସେମି ଫାଇନାଲ ରେସରୁ ବାହାରି ଯାଇଥିବା ଦ୍ୱିତୀୟ ଟିମ ହେଲା ଦକ୍ଷିଣ ଆଫ୍ରିକା । ଭଲ ଭଲ ଖେଳାଳି ଆହତ ହେବାପରେ ଦକ୍ଷିଣ ଆଫ୍ରିକା ଟିମ ଦୁର୍ବଳ ପଡିଯାଇଥିଲା । ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିନାହିଁ । ଦକ୍ଷିଣ ଆଫ୍ରିକା ଏବେ ଯାଏଁ ୮ଟି ମ୍ୟାଚ ଖେଳି କେବଳ ୨ ମ୍ୟାଚ ଜିତିଛି । ଦକ୍ଷିଣ ଆଫ୍ରିକା ଶେଷ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ।

{"id":128549}

ସାମୀ ଫାଇନାଲ ରେସରୁ ବାହାରି ଯାଇଥିବା ତୃତୀୟ ଟିମ ହେଲା ୱେଷ୍ଟଇଣ୍ଡିଜ । ପାକିସ୍ତାନକୁ ହରାଇ ଦମଦାର ପ୍ରଦର୍ଶନ କରିଥିବା ୱେଷ୍ଟଇଣ୍ଡିଜ ଟିମ ଆଗକୁ ଭଲ ପ୍ରଦର୍ଶନ କରିନଥିଲା । ଲଗାତାର ହାରି ଯିବା ଯୋଗୁଁ ୱେଷ୍ଟଇଣ୍ଡିଜ ଅଙ୍କ ତାଲିକା ତଳକୁ ଖସିଯାଇଛି । ଗୁରୁବାର ଦିନ ଭାରତ ଠାରୁ ହାରିବା ପରେ ୱେଷ୍ଟଇଣ୍ଡିଜ ଟିମ ସେମି ଫାଇନାଲ ରେସରୁ ବାହାରି ଯାଇଥିଲା । ୱେଷ୍ଟଇଣ୍ଡିଜ ଆଉ ୨ଟି ମ୍ୟାଚ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ।

{"id":128550}

ଅପରପକ୍ଷରେ ସେମି ଫାଇନାଲରେ ଖେଳିବା ପାଇଁ ୩ଟି ପ୍ରମୁଖ ଟିମ ଆଗଧାଡ଼ିରେ ରହିଛି । ଏଥିରେ ଇଣ୍ଡିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସାମିଲ ଅଛି । ୩ଟି ଟିମ ଅଙ୍କ ତାଲିକାରେ କ୍ରମଶଃ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.