ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ, ତିନି ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 08, 2020 IST

ନୀଳଗିରି ୦୮/୦୯: ବାଲେଶ୍ଵର ଜିଲ୍ଲା  ନୀଳଗିରି ଅଞ୍ଚଳରେ ଲଜ୍ୟା। ଜଣେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ପୀଡିତାଙ୍କୁ ଉଦ୍ଧାର କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ ଗତ ୫ ତାରିଖ ଦିନ ତିନି ଦେଶ ନରସିଂହପୁର ଅଞ୍ଚଳରୁ ପୀଡିତା ନାବାଳିକାଙ୍କୁ ମିତ୍ରପୁର ଓ ମଛୁଆ ଅଞ୍ଚଳର ତିନି ଜଣ ଯୁବକ ଅପହରଣ କରି ଗଣ ଦୁଷ୍କର୍ମ କରିଥିଲେ। ଘଟଣାକୁ ନେଇ ପୀଡିତାର ପରିବାର ଲୋକେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତକାରୀ ପୋଲିସ ଅଧିକାରୀ ଏସଆଇ ବାସୁଦେବ ଜୟସିଂ ଛାନଭିନ କରି ନାବାଳିକାକୁ ଅଯୋଧ୍ୟା ଅଞ୍ଚଳରୁ ଉଦ୍ଧାର କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଗିରଫ ଅଭିଯୁକ୍ତ ହେଲେ ମିତ୍ରପୁର ଅଂଚଳର ରାଜେନ୍ଦ୍ର ସାହୁ ଙ୍କ ପୁଅ ଧୁଶା,ମଛୁଆ ଅଂଚଳର ଲଷ୍ମୀଧର ରଣାସିଆ ଙ୍କ ପୁଅ ପୁରୁଷୋତ୍ତମ ଓ ଶ୍ରୀନିବାସ ଦାସ ଙ୍କ ପୁଅ ମଣ୍ଟୁ । ଏନେଇ ୩୬୩, ୩୬୬, ୩୭୬(୩),(ଡି), ୬ ପୋକ୍ସ ଧାରାରେ ୩୧୧ ନମ୍ବର ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.