Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ବାଇକ୍‌କୁ ପିଟିଲା ବୋଲେରୋ, ୩ ଛାତ୍ର ଗୁରୁତର

19/07/2019 at 4:20 PM

ଉଦଳା ୧୯|୭: ଉଦଳା-ବାରିପଦା ରାସ୍ତା ପାଟପୁର ଛକ ନିକଟରେ ଦୁର୍ଘଟଣା । କଲେଜ ଯାଉଥିବା ବେଳେ ବାଇକ୍ କୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି ।

ସୂଟନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଡୁକୁରା ଭୂମି କଲେଜରେ ପଢୁଥିବା ୩ ଜଣ ଛାତ୍ର ଏକ ବାଇକରେ ଉଦଳାରୁ ଡୁକୁରା କଲେଜକୁ ଯାଉଥିଲେ । ପାଟପୁର ନିକଟ ପଟ୍ରୋଲ୍ ପମ୍ପରେ ପଟ୍ରୋଲ୍ ପକାଇ ଛାତ୍ରମାନେ ବାଇକରେ ବାହାରିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ବାଇକକୁ ପିଟିଥିଲା । ଘଟଣାସ୍ଥଳରେ ବାଇକରେ ଥିବା ତିନି ଜଣ ଛାତ୍ର ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଛାତ୍ରମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ବୋଲୋରୋଟି ଦ୍ରୁତ ଗତିରେ ଫେରାର ହୋଇଯାଇଛି । ଗୁରୁତର ଯୁବକମାନେ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଖବରପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । 

   Related Posts