ନିର୍ଯାତନା ଅଭିଯୋଗରେ ହଷ୍ଟେଲ ଛାଡିଲେ ୩ ଛାତ୍ରୀ
19/12/2018 at 11:51 AM

ରାୟଗଡା ୧୯|୧୨: ରାୟଗଡ଼ାରେ ନିର୍ଯାତନା ଅଭିଯୋଗରେ ୩ ଜଣ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି । ରାୟଗଡା କୋଲନରା ବ୍ଲକ୍ ବାଙ୍କିଲି ବାଳିକା ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ରୀ ବିଳମ୍ବିତ ରାତିରେ ହଷ୍ଟେଲ ଛାଡି ଚାଲିଯାଇଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ଏହି ହଷ୍ଟେଲରେ ପ୍ରାୟ ୫୦୦ ଛାତ୍ରୀ ରହୁଛନ୍ତି । ପ୍ରଧାନ ଶିକ୍ଷକଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ନପାରି ୩ ଜଣ ହଷ୍ଟେଲ ଛାଡିଥିବା ଜଣାପଡିଛି । ଗତ ରାତିରେ ହଷ୍ଟେଲ ଛାଡିବା ପରେ ରବାଡି ଗାଁର ଜଣଙ୍କ ଘରେ ରହିଥିଲେ । ବିଦ୍ୟାଳୟରେ ବ୍ୟାପକ ଦୁର୍ନୀତି ସହ ଅନ୍ତେବାସୀଙ୍କ ଅନୁଦାନ ଲୁଟ୍ ହେଉଥିବା ଅଭିଯୋଗ କରିଛନ୍ତି ପିଲାମାନେ । ସେହିପରି ଠିକ୍ରେ ଖାଇବାକୁ ମିଳୁନଥିବାରୁ ୫୦ ଜଣ ଅନ୍ତେବାସୀ ଗତକାଲିଠାରୁ ଭୋକରେ ଥିବା ହଷ୍ଟେଲ ଛାଡିଥିବା ଛାତ୍ରୀ କହିଛନ୍ତି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021