ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୩ ଛାତ୍ରଛାତ୍ରୀ ଗୁରୁତର

Published By : Prameya-News7 Bureau | April 05, 2019 IST

ଉମରକୋଟ ୫|୪: ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣା ଫଳରେ ୩ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଥିବାବେଳେ ଚାରି ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ଝରିଗାଁ ବ୍ଲକ୍ ର ଶିଉନାଗୁଡା ଗ୍ରାମରୁ ୫ମ ଶ୍ରେଣୀରେ ପଢୁଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ତାଙ୍କ ଅଭିଭାବକ ପ୍ରବେଶିକା ପରୀକ୍ଷା ପାଇଁ ଚନ୍ଦାହାଣ୍ଡି ବ୍ଲକର ଧଡିପାଣି ଆଶ୍ରମ ସ୍କୁଲକୁ ଯାଉଥିଲେ । ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ୩ ଛାତ୍ରଛାତ୍ରୀ ଗୁରୁତର ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । କିନ୍ତୁ ଡ୍ରାଇଭର ଅଟକୁ ଧରି ଫେରାର ହୋଇଯାଇଛି । ଗୁରୁତର ଓ ଆହତମାନଙ୍କୁ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ୫ ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.