ବାରିପଦାରୁ ନିଖୋଜ ୩ ଛାତ୍ର ମିଳିଲେ ରାଉରକେଲାରୁ

Published By : Prameya-News7 Bureau | August 20, 2019 IST

ବାରିପଦା ୨୦|୮: ୫ ଦିନ ପରେ ମିଳିଲେ ନିଖୋଜ ହୋଇଥିବା ନବମ ଶ୍ରେଣୀର ୩  ଛାତ୍ର। ବାରିପଦା ସଦରଥାନାର ଶିରିଷବଣୀ ଅବାସିକ ସ୍କୁଲ ହଷ୍ଟେଲରୁ ଗତ ୧୫ ତାରିଖ ମଧ୍ୟରାତ୍ରିରୁ ନିଖୋଜ ହୋଇଯାଇ ଥିଲେ ୩ ଛାତ୍ର।

{"id":146418}

ଗତକାଲି ରାତି ପ୍ରାୟ  ୧ଟା ୩୦ମିନିଟ୍ ରେ ରାଉରକେଲାର ଟାଙ୍ଗରପାଲି ଅଞ୍ଚଳରେ ପୋଲିସ ସେମାନଙ୍କୁ ରାସ୍ତାରେ ଚାଲିଚାଲି ଯିବା ବେଳେ ଠାବ କରିଛି। ତେବେ ରାଉରକେଲା ଷ୍ଟେସନରେ ଓହ୍ଲାଇ ଅବିନାଶ ମହାକୁଡ ଓ ଶୁଭଙ୍କର ମିଶ୍ର  ଘରମୁହାଁ ହୋଇଥିଲେ। ତୃତୀୟ ଛାତ୍ର ହେମନ୍ତ ସାହୁ ଟାଟା ଷ୍ଟେସନରେ ଆଗରୁ ଓହ୍ଲାଇ ଯାଇ ନିଜ ଘରକୁ ଚାଲିଯାଇଥିବା କଥା ପୋଲିସକୁ କହିଛନ୍ତି ଅବିନାଶ ଓ ଶୁଭଙ୍କର ।

{"id":146419}

ବର୍ତ୍ତମାନ ଦୁଇ ଛାତ୍ରଙ୍କୁ ଟାଙ୍ଗରପାଲି  ଥାନାରେ ରଖାଯାଇଛି। ବାରିପଦାରୁ ସ୍କୁଲର ପ୍ରିନ୍ସିପାଲ ସଦର ଏସଡିପିଓ ଏବଂ ସଦର ଥାନା ଅଧିକାରୀ ରାଉରକେଲା ଯାଇଛନ୍ତି। ସେଠାରେ ପିଲାମାନଙ୍କୁ ଆଣିବା ପରେ ବାରିପଦା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ଛାତ୍ରଙ୍କୁ ହାଜର କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.