କେନାଲରେ ଗାଧୋଇବା ବେଳେ ଭାସିଗଲେ ୩ ଛାତ୍ର : ୨ ଉଦ୍ଧାର, ଜଣେ ନିଖୋଜ

Published By : Prameya-News7 Bureau | November 02, 2020 IST

ଜଗତପୁର ୨।୧୧: କଟକ ଜଗତପୁରରେ ଅଘଟଣ । ଗାଧୋଇବାକୁ ଯାଇ କେନାଲରେ ୩ ଛାତ୍ର ଭାସିଗଲେ । ୨ ଛାତ୍ର ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

{"id":354602,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜଗତପୁର ନାନାକାର ଗାଁର ୩ ଛାତ୍ର କେନାଲରେ ଗାଧୋଇବା ବେଳେ ଅଘଟଣ ଘଟିଛି । କେନାଲରେ ୩ ଜଣ ଛାତ୍ର ଭାସିଯାଇଥିବା ବେଳେ ୨ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ଜଣେ ଏବେବି ନିଖୋଜ ଅଛନ୍ତି । କେନ୍ଦ୍ରାପଡା କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି । ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.