ହ୍ୟାଙ୍ଗଓଭର ସମସ୍ୟାରୁ ମିଳିବ ମୁକ୍ତି, କରନ୍ତୁ ଏହି ତିନୋଟି ଛୋଟିଆ ଘରୋଇ ଉପଚାର

Published By : Prameya-News7 Bureau | June 28, 2019 IST

ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ବୋଲି ଜାଣି ସୁଦ୍ଧା ଅନେକେ ମଦ୍ୟପାନକୁ ଅଭ୍ୟାସରେ ପରିଣତ କରିସାରିଲେଣି । ଯିଏ ଯେତେବେଳେ ପାଇଲା ମଦ୍ୟପାନ କରିବା ଦେଖିବାକୁ ମିଳୁଛି । ଅନିୟମିତ ଜୀବନଶୈଳୀ, ଏସିଡିଟି, ଅତ୍ୟଧିକ ମଦ୍ୟପାନ କାରଣରୁ ମୁଣ୍ଡବିନ୍ଧା, ବାନ୍ତି, ମୁଣ୍ଡ ବୁଲାଇବା, ପେଟ ଖରାପ ହେବା ଭଳି ସମସ୍ୟା ମଦ୍ୟପାନ ପରଦିନ ଦେଖାଦେଇଥାଏ । ଅସଲରେ ପରଦିନ ମଧ୍ୟ ନିଶା ଉତୁରି ନଥାଏ । ଏଭଳି ସମସ୍ୟାକୁ ହ୍ୟଙ୍ଗଓଭର ବୋଲି କୁହାଯାଏ ।

କିହିବାକୁ ଗଲେ ହ୍ୟାଙ୍ଗଓଭର ସମସ୍ୟାଯୋଗୁଁ ମଦ୍ୟପାନ କରିବା ପରଦିନଟି ସମ୍ପୂର୍ଣ୍ଣ ବରବାଦ ହୋଇଯାଏ ଓ ପ୍ରଚଣ୍ଡ ଶାରୀରିକ ୟନ୍ତ୍ରଣା ଭୋଗିବାକୁ ପଡେ । ଆଜିକାଲି ଅଧିକାଁଶ ଲୋକ ସୁରା ପାନକରିବା ଯୋଗୁଁ ହ୍ୟାଙ୍ଗଓଭର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ସାମାନ୍ୟ କେତୋଟି ଘରୋଇ ଉପଚାର କଲେ ଏଭଳି ସମସ୍ୟାରୁ ତୁରନ୍ତ ମୁକ୍ତିମିଳିବ ଓ ହ୍ୟାଙ୍ଗଓଭର ଦୂର ହୋଇଯିବ ।

ହ୍ୟାଙ୍ଗଓଭ ହେଲାବୋଲି ଜାଣିବାମାତ୍ରେ ତୁରନ୍ତ ଲୁଣ ଓ ଚିନିକୁ ପାଣିରେ ମିଶାଇ ପ୍ରଚୁରମାତ୍ରାରେ ପିଅନ୍ତୁ । କିଛି ସମୟ ମଧ୍ୟରେ ଆପଣଙ୍କୁ ସୁସ୍ଥ ଅନୁଭଭ ହେବ । ଆଲକହଲ ପ୍ରଭାବରେ ଦେହରୁ ଜଳୀୟ ଅଂଶ କମିବା ହ୍ୟାଙ୍ଗଓଭରର ଅନ୍ୟତମ କାରଣ ହୋଇଥାଏ । ଲୁଣ ଓ ଚିନି ମିଶା ପାଣି ପିଇବା ଦ୍ବାରା ଶୀରର ଜଳୀୟ ଅଂଶ ସଂତୁଳିତ ହେବା ସହ ପରିସ୍ରାରେ ଟକ୍ସିକ ସବୁ ବାହାରିଯାଇଥାଏ । ଫଳରେ ସୁସ୍ଥ ଅନୁଭଭ ହୁଏ ।

ହ୍ୟାଙ୍ଗଓଭର ଉତାରିବା ପାଇଁ ସବୁଠୁ ବଡ ଉପଚାର ହେଉଛି ପଇଡ ପାଣି । ପଇଡପାଣିରେ ପ୍ରଚୁରମାତ୍ରାରେ ମିନେରାଲ୍ସ ରହିଛି । ଏହା ପେଟକୁ ସଫା କରିବା ସହ ତୁରନ୍ତ ହ୍ୟାଙ୍ଗଓରରୁ ମୁକ୍ତି ଦେଇଥାଏ । ସେହିଭଳି ବ୍ଲାକ କଫି ହ୍ୟାଙ୍ଗଓଭର ଉତାରିବା ପାଇଁ ଆଉ ଏକ ଅମୋଘ ଅସ୍ତ୍ର । ବ୍ଲାକ କଫି ପିଇବା ଦ୍ବାରା ମୁଣ୍ଡବିନ୍ଧାଭଳି ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.