Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୧୦ ବର୍ଷ ହେଲା ବନ୍ଦ ଘରେ ରହୁଥିଲେ ୩ ଭାଇ-ଭଉଣୀ, ସମସ୍ତେ ଉଚ୍ଚ ଶିକ୍ଷିତ : ଉଦ୍ଧାର କଲା ଏନଜିଓ

28/12/2020 at 5:00 PM

ଗାନ୍ଧୀନଗର ୨୮/୧୨ : ଗୁଜରାଟର ରାଜକୋଟରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ୩ ଜଣ ଭାଇ ଭଉଣୀ  ନିଜେ ନିଜକୁ ପ୍ରାୟ ୧୦ ବର୍ଷ ହେଲା ଏକ ଘରେ ବନ୍ଦ କରି ରଖିଥିଲେ । ଗୋଟିଏ NGO ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା  ସୂଚନା ମିଳିଛି । ସଂପୃକ୍ତ ୩ଜଣ ଭାଇ ଭଉଣୀଙ୍କ ବୟସ ୩୦ ରୁ ୪୨ ବର୍ଷ ହେବ । ଏନଜିଓ ସେବା ସଂସ୍ଥା ସାଥୀ ସେବା ଗ୍ରୁପର ସଦସ୍ୟମାନେ ରବିବାର ସନ୍ଧ୍ୟାରେ ଉକ୍ତ ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ।

ତେବେ ଘରେ ପ୍ରବେଶ କରିବା ପରେ ଘର ବିଲକୁଲ ଅନ୍ଧାର ଥିଲା ଏବଂ ଭିତରୁ ବାସି ଖାଦ୍ୟର ଗନ୍ଧ ବାହାରୁଥିଲା । ଏନଜିଓ ସଂସ୍ଥାର ସଦସ୍ୟ ଜାଲପା ପଟେଲ କହିଛନ୍ତି ଯେ, ୨ ଭାଇ ଅମରେଶ ଏବଂ ଭବେଶଙ୍କ ସମେତ ତାଙ୍କ ଭଉଣୀ ମେଘନା ପ୍ରାୟ ୧୦ ବର୍ଷ ହେଲା ନିଜକୁ ଏହି ଘରେ ବନ୍ଦ କରି ରଖିଥିଲେ । ତେବେ ତାଙ୍କ ପିତା କହିଛନ୍ତି ଘର ଭିତରେ ୩ ଜଣଙ୍କ ଅବସ୍ଥା ବହୁତ ଶୋଚନୀୟ ଥିଲା । ସେମାନେ ଗୋଟିଏ ଘର ଭିତରେ ରହି ଏକେ କମଜୋର ହୋଇଯାଇଥିଲେ ଯେ, ଠିଆ ହେବାକୁ ମଧ୍ୟ ସକ୍ଷମ ନଥିଲେ ।

୩ ଭାଇ-ଭଉଣୀଙ୍କ ପିତା କହିଛନ୍ତି ୧୦ ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କ ପରଲୋକ ହୋଇଯିବା ପରେ ପିଲାମାନେ ଏପରି ସ୍ଥିତିରେ ରହୁଥିଲେ । NGOର ସଦସ୍ୟମାନେ ସେମାନଙ୍କୁ ବାହାରକୁ ଆଣିବା ପରେ ସଫା ସୁତରା କରିବା ସହ ବାଳ ଏବଂ ଦାଢି କାଟିଥିଲେ । ଏହା ପରେ ସେମାନଙ୍କୁ ଏକ ଭଲ ସ୍ଥାନକୁ ନିଆଯିବାକୁ ଯୋଜନା କରାଯାଇଥିଲା । ଯେଉଁଠାରେ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସେବା ମିଳିପାରିବ ।

ସୂଚନା ଅନୁସାରେ ସେମାନଙ୍କ ପିତା ନବୀନ ମେହେଟ୍ଟା (୮୦ବର୍ଷ) ଜଣେ ସରକାରୀ କର୍ମଚାରୀ ଥିଲେ । ସେ ମାସକୁ ୩୫ ହଜାର ଟଙ୍କା ପେନସନ ପାଉଥିଲେ । ଯାହା ଫଳରେ କି ତାଙ୍କ ପରିବାର ଚଳିଯାଉଥିଲା । ପିଲାମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପରେ ସମସ୍ତେ ତାଜୁବ ହୋଇଯାଇଥିଲେ ।   ସବୁଠାରୁ ବଡ କଥା ହେଉଛି ବଡ ପୁଅ ଅମରେଶ ଓକିଲାତି ପାଠ ପଠିଛନ୍ତି । ସାନ ପୁଅ ଭବେଶ୍ B.com କରିଛନ୍ତି ଏବଂ ସେ ଜଣେ ଭଲ କ୍ରିକେଟର ମଧ୍ୟ । ଏକାମତ୍ର ଝିଅ ମେଘନା ମନୋବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି । ଏବେ ସେମାନଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

   Related Posts