କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ : ଭୁବନେଶ୍ବରର ୩ଟି ସୋ’ରୁମ୍ରେ ଚଢାଉ, ଗୋଟିଏ ଜିମ୍ ସିଲ୍
1/07/2020 at 2:58 PM

ଭୁବନେଶ୍ବର ୧।୭: କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ୩ଟି ସୋ’ରୁମ୍ ରେ ଚଢାଉ କରାଯାଇଛି । ଭୁବନେଶ୍ବର ଅଶୋକନଗର ମାର୍କେଟ ସ୍ଥିତ ୩ଟି ସୋ’ରୁମ୍ ରେ ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଚଢାଉ କରାଯାଇଛି ।
ଅଶୋକନଗର ସ୍ଥିତ ମାକ୍ସ, ଶ୍ରୀଲେଦର୍ସ ଓ ପଣ୍ଡା ଟ୍ରାଭେଲ ମାର୍ଟରେ ଚଢାଉ କରାଯାଇଥିବା ଜଣାପଡିଛି । କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଜୋରିମନା ଆଦାୟ କରାଯାଇଛି ।
ଅନ୍ୟପଟେ ଖଣ୍ଡଗିରି ସ୍ଥିତ ଜାଗମରାରେ ଚାଲୁଥିବା ଏକ ଜିମ୍କୁ ମଧ୍ୟ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ନହରକଣ୍ଟାରେ ଥିବା ୨ଟି ହୋଟେଲରୁ ମଧ୍ୟ ଜୋରିମନା ଆଦାୟ କରାଯାଇଛି ।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021