Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ବାହାରେ ସଟର, ଭିତରେ ବେପାର : ସିଲ୍ ହେଲା ୩ଟି ବଡ ଲୁଗା ଦୋକାନ

14/06/2021 at 2:02 PM

ରାଇରଙ୍ଗପୁର ୧୪।୬: ଲକଡାଉନ୍ କଟକଣାକୁ ଉଲ୍ଲଂଘନ କରି କରୁଥିଲେ ବେପାର । ତିନୋଟି ପ୍ରମୁଖ ଲୁଗା ଦୋକାନ ସିଲ୍ କଲା ପ୍ରଶାସନ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଗୋପାଲ, ଶୀତଳ ଓ କୁମାର ଲୁଗା ଦୋକାନ ସିଲ୍ କଲା ପ୍ରଶାସନ।

ସୂଚନାଯୋଗ୍ୟ ଯେ, ଦୋକାନର ସଟର ବନ୍ଦ କରି ଗ୍ରାହକଙ୍କୁ ଭିତରେ ପୁରେଇ ଲୁଗାପଟା ବିକ୍ରି ଚାଲିଥିଲା । ରଜ ପାଇଁ ଲୋକେ ଲୁଗାପଟା କିଣିବା ପାଇଁ ଦୋକାନରେ ଭିଡ଼ ଲଗାଇ ଥିଲାବେଳେ ବାହାରେ ବାଇକର ମେଳା ଲାଗିଥିଲା। ଏ ନେଇ ପୋଲିସ ଓ ପ୍ରଶାସନକୁ ସୂଚନା ମିଳିଥିଲା ।

ଘଟଣାସ୍ଥଳରେ ତହସିଲଦାର, ପୌରପାଳିକା ନିର୍ବାହୀ ଅଧିକାରୀ, SDPO, IIC ପୋଲିସ ଟିମ୍ ପହଞ୍ଚି ସଟର ଖୋଲି ଗ୍ରାହକଙ୍କୁ ବାହାର କରିବା ସହିତ ଦୋକାନ ସବୁକୁ ସିଲ୍ କରିଥିଲା । ଆଗରୁ ମଧ୍ୟ ଦୋକାନୀମାନଙ୍କୁ ନିୟମ ଉଲ୍ଲଂଘନ ପାଇଁ ଫାଇନ୍ କରାଯାଇଥିଲେ ବି ଦୋକାନୀ ନିୟମ ମାନୁ ନଥିଲେ । ଫଳରେ ସୋମବାର ପ୍ରଶାସନ ଦୋକାନ ସବୁକୁ ସିଲ୍ କରିଛି।

   Related Posts