ନିଆଁ ଲାଗି ଜଳିଗଲା ୩ଦୋକାନ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | December 14, 2019 IST

ଭଦ୍ରକ ୧୪।୧୨: ଅଗ୍ନିକାଣ୍ଡରେ ଜଳିଗଲା ତିନୋଟି ଦୋକାନ । ଭଦ୍ରକ ଜିଲ୍ଲା ଧାନମନଗର ବ୍ଲକ ଦୋବାଲ ବଜାରରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

{"id":197539,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଦୋବାଲ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଦୋକାନ ପୋଡି ପାଉଁଶ ହୋଇଯାଇଛି । ଦୋକାନରେ ଥିବା ପ୍ରାୟ ୫ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଦୋବଲ ବଜାରରେ ଥିବା ଭାଗିରଥି ଦାସଙ୍କ ଗ୍ରୋସରି ଦୋକାନ , ଅଜୟ ଖଟୁଆ ଙ୍କ ପାନ ଦୋକାନ ଓ ପୁର୍ଣ୍ଣଚନ୍ଦ୍ର ସାହୁଙ୍କ ମିଠା ଦୋକାନରେନିଆଁ ଲାଗିଯାଇଥିଲା । ଦୁର୍ବୁତ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀ ନିଆଁ ଜଳୁଥିବା  ଦେଖି ଧାମନଗର ଦମକଳ କେନ୍ଦ୍ର କୁ ଯୋଗାଯୋଗ କରିଥିଲେ ।  ଘଟଣାସ୍ଥଳରେ ଦମକଳ ଵାହିନୀ ପହଞ୍ଚି ନିଅଁକୁ ଆୟତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.