ମରଣାନ୍ତକ ଆକ୍ରମଣ ଓ ହତ୍ୟା ଘଟଣା : ବାପା ଓ ଦୁଇ ପୁଅକୁ ଆଜୀବନ କାରାଦଣ୍ଡାଦେଶ

Published By : Prameya-News7 Bureau | August 30, 2019 IST

ପାରାଦୀପ ୩୦|୮: ବାପା ଓ ଦୁଇ ପୁଅକୁ ଆଜୀବନ କାରାଦଣ୍ଡ । ମରଣାନ୍ତକ ଆକ୍ରମଣ ଓ ହତ୍ୟା ଅଭିଯୋଗରେ ଦୋଷୀଙ୍କୁ ଦଣ୍ଡ । ୨୦୧୩ ମସିହାରେ ଏରସମା ଥାନା ଅନ୍ତର୍ଗତ ଖୁରାଣ୍ଟ ନଳପାହି ଅଞ୍ଚଳରେ ଘଟିଥିଲା ଘଟଣା ।

ଦୀର୍ଘ ଦିନ ପରେ ଶେଷରେ ନ୍ୟାୟ ପାଇଲେ ରତ୍ନାକରଙ୍କ ପତ୍ନୀ ଚାରୁଲତା । ସ୍ବାମୀ ରତ୍ନାକରଙ୍କ ହତ୍ୟା ଘଟଣାରେ ବାପା ଓ ପୁଅଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ଗତ ୨୦୧୩ ମସିହାରେ ଏରସମା ଥାନା ଅନ୍ତର୍ଗତ ଖୁରାଣ୍ଟ ନଳପାହି ଅଞ୍ଚଳରେ କାଠ ନେବାକୁ ନେଇ ଘଟିଥିଲା ମରଣାତ୍ମକ ଆକ୍ରମଣ ହୋଇଥିଲା । ବାସୁଦେବ ପରିଡ଼ା, ଜଗଦୀଶ ପରିଡ଼ା ଓ ନରେଶ ପରିଡ଼ା କାଠ ନେବା ନେଇ ରତ୍ନାକରଙ୍କ ଉପରକୁ ମରଣାତ୍ମକ ଆକ୍ରମଣ କରିଥିଲେ । ତେବେ ରତ୍ନାକରଙ୍କର କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୄତ୍ୟୁ ହୋଇଥିଲା । ଏ ସଂକ୍ରାନ୍ତରେ ସ୍ତ୍ରୀ ଚାରୁଲତା ଗତ ୨୦୧୩ ମସିହା ଅଗଷ୍ଟ୧୭ ତାରିଖରେ ଏରସମା ଥାନାରେ ଏତଲା ଦେବା ପରେ ପୋଲିସ ଏହି ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସେହି ଦିନଠାରୁ ଏହି ଘଟଣା ବିଚାରଧିନ ଥିବାବେଳେ ଆଜି କୁଜଙ୍ଗ ଜେଏମଏଫସି କୋର୍ଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟ ବାପା ଓ ପୁଅକୁ ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.