ରାଜ ପରିବାରରେ ବିଦ୍ରୋହ ! ସାଉଦି ପ୍ରିନ୍ସଙ୍କୁ ହଟାଇବା ଷଡଯନ୍ତ୍ରରେ ୩ ରାଜକୁମାର ଗିରଫ

Published By : Prameya-News7 Bureau | March 07, 2020 IST

ରିଆଦ ୦୭।୦୩ :  ରାଜ ପରିବାର ଭିତରେ ବିଦ୍ରୋହର ସ୍ବର । ସାଉଦୀ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ୍‌ଙ୍କୁ କ୍ଷମତାରୁ ହଟାଇବା ଅଭିଯୋଗରେ ରାଜପରିବାରର ତିନି ଜଣ ସଦସ୍ୟଙ୍କୁ ସାଉଦୀ ଅଧିକାରୀମାନେ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରାଜକୀୟ ସଲମାନଙ୍କ ଭାଇ ପ୍ରିନ୍ସ ଅହମ୍ମଦ ବିନ୍ ଅବଦୁଲାଜିଜ୍ ଅଲ-ସଦ ଏବଂ ଜ୍ୱାଇଁ ପ୍ରିନ୍ସ ମହମ୍ମଦ ବିନ୍ ନାଏଫଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ତେବେ ସେମାନଙ୍କ ଗିରଫ ନେଇ ସାଉଦୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।  

ସାଉଦୀର ଆତଙ୍କବାଦୀ ବିରୋଧୀ ଅଭିଯାନର ପ୍ରମୁଖ ଥିଲେ ମହମ୍ମଦ ବିନ୍‌ ନାଏଫ । ଏହି କ୍ଷେତ୍ରରେ ନାଏଫଙ୍କୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଗଣାଯାଉଥାଏ । ୨୦୧୭ ପର୍ଯ୍ୟନ୍ତ କ୍ରାଉନ୍‌ ପ୍ରିନ୍ସ (ସାଉଦୀ-କେ-ବଲି-ଅହଦ)ଙ୍କ ନିକଟରେ କାମ କରୁଥିଲେ । ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ପ୍ରିନ୍ସ ନାଏଫଙ୍କ ସାନଭାଇ ପ୍ରିନ୍ସ ନୱାଫ ବିନ ନାଏଫଙ୍କୁ ମଧ୍ୟ ଗିରଫ କରାଯାଇଛି।

ଚାରିବର୍ଷ ତଳେ ମହମ୍ମଦ ବିନ୍‌ ସଲମାନଙ୍କୁ କେହି ଜାଣିନଥିଲେ । କିନ୍ତୁ ଗତ ୩ବର୍ଷ ମଧ୍ୟରେ ନିଜର କିଛି ବିବାଦୀୟ ଫଇସଲା ଓ ଚର୍ଚ୍ଚିତ ଘଟଣାକୁ ନେଇ ଲୋକଲୋଚନକୁ ଆସିଥିଲେ । ଇସ୍ତାନବୁଲ୍‌ରେ ସାଉଦୀ ବାଣିଜ୍ୟିକ ଦୂତାବାସ ଭିତରେ ସାଉଦୀ ସରକାରଙ୍କ ଆଲୋଚକ ଏବଂ ଓ୍ବାସିଂଟନ ପୋଷ୍ଟ ସମ୍ବକାର ଜମାଲ ଖସୋଗୀଙ୍କୁ ହତ୍ୟା ମାମଲାରେ ମହମ୍ମଦ ବିନ୍ ସଲମାନ୍ ଆଲୋଚନାକୁ ଆସିଥିଲେ । ସେ ହତ୍ୟାକଣ୍ଡ ମାମଲାରେ ଜଡିତ ଥିବା ଅଭିଯୋଗ ଆସିଥିଲା । କିନ୍ତୁ ସାଉଦୀ ଏକ ଅଦାଲତ ଏହି ହତ୍ୟା ମାମଲାରେ ପାଞ୍ଚଙ୍କ ମୃତ୍ୟୁଦଣ୍ଡା ଦେଶ ଶୁଣାଇଥିଲେ । ରାଜ ପରିବାରର କୌଣସି ସଦସ୍ୟ ଏହି ଘଟଣାରେ ସାମିଲ ନଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.