Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ରାହାଜାନି କରି ତିନି ଲୁଟେରା ଗିରଫ, ବନ୍ଧୁକ ମୋବଇଲ ଜବତ

21/07/2021 at 10:35 PM

ଚଣ୍ଡିଖୋଲ, ୨୧/୦୭: ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଦ୍ୱାରା ତିନି ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ବନ୍ଧୁକ ସହ ମୋବାଇଲ ଜବତ ହୋଇଛି । କିଛି ଦିନ ପୂର୍ବରୁ ଦୁଇ ଜଣ ଯୁବକ କଏମା ବ୍ରିଜ ନିକଟରେ ଛିଡା ହୋଇଥିବା ସମୟରେ ତିନି ଜଣ ଲୁଟେରା ସେମାନଙ୍କ ନିକଟରୁ ବନ୍ଧୁକ ଦେଖାଇ ମୋବାଇଲ ସହ ଟଙ୍କା ଛଡାଇ ନେଇ ପଳାଇଥିଲେ । ଯାହାକୁ ନେଇ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଏ ନେଇ ଧର୍ମଶାଳା ପୋଲିସ ଘଟଣାରେ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ଜବତ କରିବା ସହ ମୋବାଇଲ ଜବତ କରିଛି । ତିନି ଜଣ ଲୁଟେରା ଧର୍ମଶାଳା ଅଂଚଳର ବୋଲି ଜଣାପଡିଛି । ଏମାନେ ରାସ୍ତାରେ ରାହାଜାନି କରି ଲୋକଙ୍କ ଠାରୁ ଲୁଟ କରିଥାନ୍ତି । ଏ ନେଇ ଧର୍ମଶାଳା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

   Related Posts