ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରି ଗର୍ଜିଲେ ବିଜେଡିର ୩ ସାଂସଦ: ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସବ, ନରସିଂହ କହିଲେ ଆବଶ୍ୟକ ନଥିଲା

Published By : Prameya-News7 Bureau | August 05, 2019 IST

ଭୁବନେଶ୍ବର୫|୮: ଧାରା ୩୭୦ ହଟିବା ନେଇ ଆସିଥିବା ବିଲ୍‌କୁ ବିଜେଡି ସମର୍ଥନ କରିଥିବା ବେଳେ ଖୁବ ବର୍ଷିଥିଲେ ବିଜେଡି ସାଂସଦ। ଏଣେ ରାଜ୍ୟର ବିଭିନ୍ନ ଭାଗରେ ଦେଖାଦେଇଛି ସେଲିବ୍ରେସନ। ଏଣେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଏହା ଆବଶ୍ୟକ ନଥିଲା।

{"id":141234}

ଧାରା ୩୭୦ ଉଚ୍ଛେଦ ବିଲ୍‌କୁ ସମର୍ଥନ କଲା ବିଜେଡି। ଖାଲି ସେତିକି ନୁହେଁ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଉ ପାଦେ ଆଗକୁ ଯାଇ ଦାବି କରିଛନ୍ତି ଯେ ଏଥର ପାକ୍‌ ଅଧିକୃତ କାଶ୍ମୀରକୁ ଭାରତରେ ମିଶାଇବା ଲାଗି ଅଭିଯାନ ଆରମ୍ଭ କରାଯାଉ।

{"id":141235}

ରାଜ୍ୟସଭାରେ ଆଜିର ଏହି ବିତର୍କ ସମୟରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏବଂ ସସ୍ମିତ ପାତ୍ର ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ। କାଶ୍ମୀର ପାଇଁ ବିଜୁ ବାବୁଙ୍କ ଅବଦାନ କିଛି କମ ନଥିଲା। ୧୯୪୭ରେ ସୈନ୍ୟମାନଙ୍କୁ ନେଇ ପ୍ରଥମ ବିମାନ ବିଜୁ ପଟ୍ଟନାୟକ ହିଁ ଓହ୍ଲାଇଥିଲେ । ଆଉ ଆଜି ନବୀନଙ୍କ ପ୍ରତିବଦ୍ଧତା କଥା କହିଥିଲେ ବିଜେଡି ସାଂସଦ।

{"id":141236}

ଏଣେ ରାଜ୍ୟର ବିଭିନ୍ନ ଭାଗରେ ଦେଖାଦେଇଛି ସେଲିବ୍ରେସନ। ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରି କଟକ, ବରଗଡ଼ ଝାରସୁଗୁଡ଼ା ଓ ରାଉରକେଲାରେ ଲୋକେ ଉତ୍ସବ ମନାଇଛନ୍ତି ବାଜା ବଜାଇ ବାଣ ଫୁଟାଇ ସେମାନେ ସେଲିବ୍ରେଟ କରିଛନ୍ତି।

{"id":141237}

ତେବେ ଧାରା ୩୭୦ ଉଚ୍ଛେଦକୁ ବିଜେଡି ସମର୍ଥନ କରିବାକୁ ଦୁର୍ଭାଗ୍ୟଜନକ ବଖାଣିଛି କଂଗ୍ରେସ। ଏପରିକି ମୋଦି ସରକାର ଏହି ବିଲ୍‌ ଆଣିବା ଅନାବଶ୍ୟକ ଥିଲା ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର।

{"id":141238}

ଏହି ବିଲ୍‌ ଆସନ୍ତାକାଲି ଲୋକସଭାରେ ଆସିବ। ତେବେ ଆଜି ରାଜ୍ୟସଭାରେ ବିତର୍କ ବେଳେ ନଜର ଥିଲା କଂଗ୍ରେସ ସାଂସଦ ରଞ୍ଜିବ ବିଶ୍ବାଳଙ୍କ ଉପରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.