ମୋରମ ଅତଡା ଧସି ୩ ଶ୍ରମିକ ମୃତ, ଜଣେ ଗୁରୁତର
9/06/2019 at 9:49 AM

କେନ୍ଦୁଝର ୯|୬: କେନ୍ଦୁଝର ତୁଳସିଚୌରା ଗାଁ ନିକଟରେ ମୋରମ୍ ଅତଡ଼ା ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।
ଗତକାଲି ଅପରାହ୍ନରେ ଗାଁ ନିକଟରେ ଥିବା ଏକ ବେଆଇନ ମୋରମ୍ ଖଣିରୁ ଟ୍ରାକ୍ଟର ଯୋଗେ ମୋରମ୍ ନିଆଯାଉଥିଲା । ଏତିକି ବେଳେ ମୋରମ ଅତଡା ଧସି ପଡିଥିଲା । ସେଥିରେ କିଛି ଶ୍ରମିକ ପୋତି ହୋଇଯାଇଥିଲ । ଅଗ୍ନିଶମ ବାହିନୀ ଓ ଟାଉନ୍ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଜେସିବି ଲଗାଇ ଜଣେ ମହିଳା ଶ୍ରମିକ ଓ ୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।
ମୃତକମାନେ ହଲେ ରେଖା ଦେହୂରୀ , ନିର ଜୁଆଙ୍ଗ, କେଶବ ଜୁଆଙ୍ଗ । ଆହତ ମହିଳା ଶ୍ରମିକ ହେଲେ ପାଟ ମନ୍ତ୍ରୀ । ସମସ୍ତଙ୍କ ଘର ତେଲକୋଇ ବ୍ଲକ୍ ତାଳପଦା ଗାଁରେ । ଏମାନେ ଅଲଣାପଦା ଗାଁ ରେ ରହି କିଛି ଦିନ ହେବ ଏହି ଟ୍ରାକ୍ଟରରେ ଶ୍ରମିକ ଭାବରେ କାମ କରୁଥିଲେ ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏଠାରେ କିଛି ବର୍ଷ ପୂର୍ବେ ଚୋରା ମୋରମ୍ ବ୍ୟବସାୟ ଚାଲି ଆସୁଛି । ମୋରମ ଖାଦାନରେ ପ୍ରତିଦିନ ଏକାଧିକ ଟ୍ରକ୍ ଓ ଟ୍ରାକ୍ଟର ଲଗାଇ ଏହି ବ୍ୟବସାୟ ଚାଲିଛି । ସ୍ଥାନୀୟ ତହସିଲ୍ ଅଫିସର କିଛି ଅସାଧୁ କର୍ମଚାରୀଙ୍କ ଜାଣତରେ ଏହି କାରବାର ଚାଲିଥିବା ଅଭିଯୋଗ ହୋଇଛି ।