ପ୍ରାଇମେରୀ ସ୍କୁଲରୁ ୩ଜଣ ଛାତ୍ରୀଙ୍କୁବିଲ ମଝିକୁ ଡ଼ାକିନେଲା ଯୁବକ, ଶୁଣିବେ ତ ମୁଣ୍ଡରେ ଦେଇଦେବେ ହାତ

Published By : Prameya-News7 Bureau | January 12, 2019 IST

ବରେଲୀ ୧୨/୧-ପ୍ରାଇମେରୀ ବିଦ୍ୟାଳୟ ପରିସରରୁ ୩ ଜଣ ଛାତ୍ରୀଙ୍କୁ ଡ଼ାକିନେଲା ଯୁବକ । ପ୍ରଧାନଶିକ୍ଷକଙ୍କୁ ଏ ବାବଦରେ ସ୍କୁଲପିଲା ମାନେ କହିବା ପରେ କଣ ହେଲା, ତା ପରେ ଜାଣନ୍ତୁ ।

ବରେଲିର ଭୋଜିପୁରା ଅଂଚଳରେ ଗୋଟିଏ ପ୍ରାଇମେରୀ ସ୍କୁଲରେ ଘଟିଛି ଅଭାବନିୟ ଘଟଣା । ସ୍କୁଲରେ ଖେଳଛୁଟିରେ କିଛି ଛାତ୍ରୀ ଟ୍ୟୁବଓ୍ଵେଲ ପାଖକୁ ଯାଇଥିବା ବେଳେ ଘଟିଛି ଏହି ଘଟଣା । ପାଣି ପିଇବାକୁ ଯାଇଥିବା ସମୟରେ ଡ଼ାଲଚନ୍ଦ୍ର ନାମକ ଜନେ ଯୁବକ ଟ୍ୟୁବଓ୍ଵେଲ ପାଖରେ ଛାତ୍ରୀମାନଙ୍କୁ ଡ଼ାକିଥିଲା । ସେମାନଙ୍କୁ ପଇସା ଲୋଭ ଦେଖାଇ ତା ସହିତ ଯିବାକୁ କହିଥିଲା । ଛାତ୍ରୀମାନେ ତା ପଛେପଛେ ବିଲ ଆଡ଼କୁ ଯାଉଥିବାର କିଛି ଛାତ୍ର ପ୍ରଧାନ ଶିକ୍ଷକଙ୍କ ପାଖରେ ଅଭିଯୋଗ ଆଣିଥିଲେ ।

ତା ପରେ ପ୍ରଧାନଶିକ୍ଷକ ସେମାନଙ୍କୁ ଖୋଜିବାକୁ ସ୍କୁଲ ପିଅନକୁ ପଠାଇଥିଲେ । ଡ଼ାଲଚନ୍ଦ୍ର ସେହିଛାତ୍ରୀଙ୍କୁ ବିଲମଝିକୁ ନେଇ ଖରାପକାମ କରିବା ସହ ବିଭିନ୍ନ ଅଶାଳୀନ ବ୍ୟବହାର କରୁଥିଲା । ନାବାଳିକାଙ୍କୁ ଅଶାଳୀନ ବ୍ୟବହାର କରିବା ସମୟରେ ଡ଼ାଲଚନ୍ଦ୍ରକୁ ଛାଡ଼ିଦେବାକୁ ନେହୁରା ହେଲେ ବି ଛାଡ଼ି ନଥିଲା । ନାବାଳିକା ଛାତ୍ରୀମାନଙ୍କ ଚିତ୍କାର ଶୁଣି ସ୍କୁଲର ପିଅନ ସେମାନଙ୍କୁ ବିଲମଝିରୁ ଉଦ୍ଧାର କରିଥିଲା ।

ପ୍ରଧାନଶିକ୍ଷକ ଏହିଘଟଣା ବାଦରେ ଥାନାରେ ଜଣାଇବା ପରେ ଥାନାଧିକାରୀ ଡ଼ାଲଚନ୍ଦ୍ରଙ୍କ ନାମରେ ମାମଲା ରୁଜୁକରିଥିଲେ । ପୋଲିସ ଅଧିକାରୀ ରାଜେଶ ସିଂ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.